ପ୍ରଥମ ଥର ଷ୍ଟାଫ ନିଯୁକ୍ତିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ କଲେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇଙ୍କ ନେତୃତ୍ୱରେ ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ଲାଗୁ ହେବ। ଜୁନ୍ ୨୩ରୁ ଏହାକୁ ରୋଷ୍ଟର ଭିତ୍ତିରେ ରିଜର୍ଭେସନ ଲାଗୁ ହୋଇଛି। ଅନୁସୂୀଚିତ ଜାତି ବର୍ଗର ଦେଶର ଦ୍ୱିତୀୟ ପ୍ରଧାନ ବିଚାରପତି ହେଉଛନ୍ତି ଜଷ୍ଟିସ ଗଭାଇ। ସୁପ୍ରିମକୋର୍ଟ ରେଜିଷ୍ଟାରଙ୍କ ଦ୍ୱାରା ଜୁନ୍ ୨୪ରୁ ସର୍କୁଲାର ଇସ୍ୟୁ ହୋଇଛି। ମଡେଲ ରିଜର୍ଭେସନ ରୋଷ୍ଟର ସୁପ୍ରିମକୋର୍ଟ ନେଟରେ ଅପଲୋଡ଼ ହୋଇଛି ଆଉ ଏହା ୨୩ ଜୁନରୁ ଲାଗୁ ହେଲା ବୋଲି କୁହାଯାଇଛି। ଯଦି ରୋଷ୍ଟର ଓ ରେଜିଷ୍ଟରକୁ ନେଇ କୌଣସି ଆପତ୍ତି, ରିପ୍ରେଜେଣ୍ଟେସନ କୌଣସି ଷ୍ଟାଫ ମେମ୍ୱର ଦେବାକୁ ଚାହିଁବେ, ସେମାନେ ରେଜିଷ୍ଟ୍ରାର ରିକୃଇଟମେଣ୍ଟଙ୍କୁ ଅବଗତ କରାଇବେ। ମଡଲେ ରୋଷ୍ଟରରେ ସିଧାସଳଖ ସଂରକ୍ଷଣ ଭିତ୍ତିରେ ନିଯୁକ୍ତିର ପ୍ରାବଧାନ ରଖାଯାଇଛି। ଯେମିତିକି ସିନିୟର ପର୍ସନାଲ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍, ଜୁନିଅର କୋର୍ଟ ଆସିଷ୍ଟାଣ୍ଟ, ଜୁନିୟର କୋର୍ଟ ଆସିଷ୍ଟାଣ୍ଟ- ଜୁନିୟର ପ୍ରୋଗ୍ରାମର, ଜୁନିୟର କୋର୍ଟ ଆଟେଣ୍ଡାଣ୍ଟ, ସିନିୟର ପର୍ସନାଲ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଲାଇବ୍ରେରିଆଲ ଓ ଜୁନିଅର କୋର୍ଟ ଆସିଷ୍ଟାଣ୍ଟ ପଦବୀ ଲାଗି ସଂରକ୍ଷଣ ଲାଗୁ ହୋଇଛି। ପଲିସି ଅନୁସାରେ ଏସସି କ୍ୟାଟେଗୋରୀ ପାଇଁ ୧୫ ପ୍ରତିଶତ ଓ ଏସଟି କ୍ଯାଟାଗୋରୀ ପାଇଁ ୭.୫ ପ୍ରତିଶତ ସଂରକ୍ଷଣ ରହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now