ବିଶ୍ୱ ଐତିହ୍ୟ ସହରର ସୁନେଲି ସ୍ୱପ୍ନ, ବଡ଼ଦାଣ୍ଡ ପାଲଟିଲାଣି ସାନଦାଣ୍ଡ

Spread the love

ପୁରୀ – ପୁରୀ ପାଲଟିବ ମିନି ମୁମ୍ବାଇ । ବିଶ୍ୱସ୍ତରୀୟ ଐତିହ୍ୟ ସହର ପାଲଟିବ ପୁରୀ ।  ଗ୍ରିନ୍ ଫିଲ୍ଡ ଏୟାରପୋର୍ଟରୁ ଉଡ଼ାଜାହାଜ ଉଡ଼ିବ । ପୁରୀ ଏୟାରପୋର୍ଟରୁ ଭୁବନେଶ୍ୱର ଏୟାରପୋର୍ଟ ୮ ଥାକିଆ ସ୍ପିଡ଼ି ରୋଡ଼ ୱେ ନିର୍ମାଣ ହେବ । ଦୁଇ ପାଶ୍ୱର୍ରେ ଟୁରିଷ୍ଟ ହବ୍ ନିର୍ମାଣ ହେବ । ଏହିପରି ଗପ କେବେ ସାକାର ହେବ ତାକୁ ନେଇ ବଡ଼ଦାଣ୍ଡରେ ଜନଚର୍ଚ୍ଚା ଚାଲିଛି । ଶ୍ରୀମନ୍ଦିର ଚାରିପଟ ସୌନ୍ଦର୍ଯ୍ୟକରଣ ପାଇଁ ୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଲାଗିଲାଣି । ମାଟିଆପଡ଼ା ରେଲୱେ ଓଭରବ୍ରିଜ୍ ସ୍ୱପ୍ନ ବାସ୍ତବତା ନେଇନି । ମାର୍କେଟ ଛକ ଠାରୁ ମନ୍ଦିର ଏତେ ଗହଳି ଓ ଜାମ ରହୁଛି ଭକ୍ତ ଚାଲିକରି ଯିବା କଷ୍ଟସାଧ୍ୟ ହେଲାଣି । ଶ୍ରୀମନ୍ଦିର ଚାରିପଟ ସଂଲଗ୍ନ ସାହି ୍‌ମାନଙ୍କରୁ ବାସିନ୍ଦା ବନଦାଣ୍ଡକୁ ଆସିବା କଷ୍ଟ ସାଧ୍ୟ ହେଲାଣି । ଏ ସଂପର୍କରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକରେ ଉଦବେଗ୍ ପ୍ରକାଶ କରିଥିଲେ । ୩୦୦ ଫୁଟ ବଡ଼ଦାଣ୍ଡର ମଝିରେ ଅଙ୍କାବଙ୍କା ଲୁହାବାଡ଼ ଚକ ଲାଗି ଠିଆହୋଇଛି । ଦୁଇପାଶ୍ୱର୍ରେ ତିନି ଧାଡ଼ି ଦୋକାନ ଓ ଖଟ ପଡ଼ିଛି । କେବେଳ ଯାତାୟାତ ପାଇଁ ଅଳ୍ପ ରାସ୍ତା ରହିଥିବାରୁ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଛି । ବଡ଼ଦାଣ୍ଡ ପାଲଟିଛି ମୁକ୍ତାକାଶ କାର ଷ୍ଟାଣ୍ଡ । ଯିଏ ଯେଉଁଠି ପାରିଲା କାର ରାସ୍ତା ଉପରେ ରଖି ମନ୍ଦିର ଦର୍ଶନକୁ ଯାଉଛନ୍ତି । ମାର୍କେଟ ଛକରେ ଅଟୋ ରିକ୍ସା ରାଜ ଚାଲୁଅଛି । ଗାଡ଼ି ବୁଲାଇବାକୁ ନେଇ ରାସ୍ତା ଜାମ ହେଉଛି । ଟ୍ରାଫିକ ପୋଲିସ କେବଳ ଦେଖୁଛନ୍ତି । ମୁମ୍ବାଇ ସହର ପରି ପୁରୀରେ ହୋଟେଲ, ଦୋକାନ, ଟ୍ୟାକ୍ସିର ଚାହିଦା ବୃଦ୍ଧି ପାଇବାରୁ ଅର୍ତ ରୋଜଗାର ପାଇଁ କ୍ରାଇମ ବଢୁଛି । ପୁରୀରେ ଅଟୋ ଭଡ଼ା ବିଶ୍ୱରେ ସର୍ବାଧିକ ବୋଲି ଚର୍ଚ୍ଚା ହେଉଛି । ଷ୍ଟେସନରୁ ହୋଟେଲକୁ ଛାଡ଼ିଲେ ଭଡ଼ା ପାଇବା ସହ ହୋଟେଲରୁ କମିଶନ ପାଇ ଅଟୋ ଡ଼୍ରାଇଭର ମାଲେମାଲ ହେଉଛନ୍ତି । ସାଧାରଣ ଯାତ୍ରୀ ବସ ଷ୍ଟାଣ୍ଡରୁ ଷ୍ଟେସନ,କଲେଜ ଛକ ଓ ମଙ୍ଗଳାଘାଟ ଯିବାକୁ ଅଟୋ ଡ଼୍ରାଇଭର ରାଜି ହେଉନାହାନ୍ତି । ବସଷ୍ଟାଣ୍ଡରୁ କେବେଳ ମାର୍କେଟ ଛକ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଲାଇନ ଅଟୋରେ ନେଉଥିବା ବେଳେ ଅନ୍ୟ ସ୍ଥାନକୁ ରିର୍ଜଭ ଭଡ଼ା ନେଉଛନ୍ତି । ଜାତୀୟ ରାଜପଥ ବଡ଼ଦାଣ୍ଡକୁ ରାଜପଥ ବିଭାଗ ମରାମତି ଓ ନବୀକରଣ କରୁଥିବା ବେଳେ ପୌରସଂସ୍ଥା ଉଠାଦୋକାନିଙ୍କ ଠାରୁ ଟିକସ ଆଦାୟ କରୁଛି । ବଡ଼ାଦାଣ୍ଡର ମେଡ଼ିକାଲ ଛକ ଠାରୁ ଗୁଣ୍ଡିଚା ମନ୍ଦି ପର୍ଯ୍ୟନ୍ତ ଜାତୀୟ ରାଜପଥ ବାଟରେ ହାଟ ବସୁଛି । ବଡ଼ଶଙ୍ଖର ଗୋଟିଏ ପଟ ପାଶ୍ୱର୍ ପରିବା ଦୋକାନିଙ୍କ କବଜାରେ ରହିଛି । ଭୋଳାନାଥ ବିଦ୍ୟାପୀଠ ନିକଟରେ ରାସ୍ତା ଉପରେ ଗ୍ୟାରେଜ ଓ ୱେଲଡ଼ିଂ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଆଖି ଖରାପ ହେଉଛି ବୋଲି ଅଭିଯୋଗ ହେଉଛି । ଛତା ପୋତିବା ପାଇଁ ବଡ଼ଦାଣ୍ଡକୁ ଦୋକାନିମାନେ ଖୋଳି ଦେଉଛନ୍ତି । ଭଙ୍ଗା ବସ ଗୁଡ଼ିକ ରାସ୍ତା ଉପରେ ବାହୁଡ଼ା ପର ଠାରୁ ଆସନ୍ତା ଗୁଣ୍ଡିଚା ପର୍ଯ୍ୟନ୍ତ ପଡ଼ିରହୁଛି । ବଡ଼ଦାଣ୍ଡ ସବୁ ଦୋକାନିଙ୍କୁ ବିଭିନ୍ନ ମଠ ଓ ଧର୍ମଶାଳାରେ ଥଇଥାନ କରିବା ସହ କଂସାପଟ୍ଟି,ଚୁନାପଟ୍ଟି,ଖଜାପଟ୍ଟି,ବଣିଆପଟ୍ଟି ଓ ଲୁଗାପଟ୍ଟି ଖୋଲିବାକୁ ସାଧାରଣରେ ଦାବି ହେଉଛି । 

Leave a Reply

Your email address will not be published. Required fields are marked *