ଓ୍ୱାକଫ ସଂଶୋଧିତ ଅଧିନିୟମ- ଶୁଣାଣୀ ଶେଷ, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଦେଶର ସର୍ବୋଚ୍ଚ ନ୍ୟାୟାଳୟ Waqf (Amendment) Act 2025 ବିଷୟରେ ଆଜି ତାଙ୍କର ଅନ୍ତରୀଣ ଆଦେଶକୁ ସଂରକ୍ଷିତ ରଖିଛନ୍ତି। ଏହି ଅଧିନିୟମ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନ ଉପରେ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ। ଏହି ଅଧିନିୟମର ବୈଧତାକୁ ଚ୍ଯାଲେଞ୍ଜ୍ କରି ଦାଏର ହୋଇଥିବା ତିନି ପ୍ରମୁଖ ମୁଦ୍ଦା ଉପରେ ଅନ୍ତରୀଣ ଆଦେଶକୁ ସଂରକ୍ଷିତ ରଖିଛନ୍ତି। ଏଥିରେ ସମ୍ପତ୍ତିକୁ ଡିନୋଟିଫାଏ କରିବା ଶକ୍ତି ବି ସାମିଲ୍ ଅଛି। ରାୟ ସଂରକ୍ଷିତ ରଖିବା ପୂର୍ବରୁ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ ଓ ଅଗଷ୍ଟିନ ଜର୍ଜ ମସିହାଙ୍କ ଖଣ୍ଡପୀଠ ତିନି ଦିନ ହେଲା ବରିଷ୍ଠ ଓକିଲ କପିଲ ଶିବଲ, ରାଜୀବ ଧଓ୍ୱନ ଓ ଅଭିଶେଷ ମନୁ ସିଂଘଭିଙ୍କ ଯୁକ୍ତି ଶୁଣିଥିଲେ। ଯେଉଁମାନେ ସଂଶୋଧିତ ଓ୍ୱାକଫ ଆଇନ ବିରୋଧୀ ପିଟିସନର ପ୍ରତିନିଧିତ୍ୱ କରିଥିଲେ। ସୁପ୍ରିମକୋର୍ଟରେ ମୁସଲିମ ସମୁଦାୟ ପକ୍ଷରେ ଦାବି କରିଛନ୍ତି ଯେ, ଏହି ଆଇନ ମୁସଲିମମାନଙ୍କର ଧାର୍ମିକ ଅଧିକାରକୁ ଦମନ କରୁଛି। ବିଶେଷତଃ “waqf by user” ବୋଲି ପରିଚିତ ଅଞ୍ଚଳୀୟ ପ୍ରଥା ଅନୁଯାୟୀ ଥିବା ସମ୍ପତ୍ତି ବି ଏହି ଆଇନ ଦ୍ୱାରା ଅବମୂଲ୍ୟାୟନ ହେବାର ସମ୍ଭାବନା ରହିଛି। ଏହି ଆଇନ ମୁସଲିମମାନଙ୍କ ଧାର୍ମିକ ଅଧିକାରକୁ ଅସ୍ତିତ୍ୱ ହୀନ କରିବା ପାଇଁ ଉଦ୍ଦିଷ୍ଟ। ଏହି ଆଇନ ମାଧ୍ୟମରେ ଦେଶର ମୁସଲିମ ସମୁଦାୟର ଏକ ବୃହତ ଧାର୍ମିକ ଓ ସାମୁଦାୟିକ ଧନ ସଂପତି ରକ୍ଷା ଅସୁରକ୍ଷିତ ହୋଇପାରେ।କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପକ୍ଷ ରଖିଥିଲେ। ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, Waqf ଏକ ଇସଲାମିକ ଧାର୍ମିକ ପ୍ରଥା ହେଲେ ବି ଏହା ‘ଆବଶ୍ୟକ ଧାର୍ମିକ ପ୍ରଥା’ (Essential Religious Practice) ନୁହେଁ। ପ୍ରଧାନ ବିଚାରପତି ବି. ଆର୍. ଗଭାଇ କହିଛନ୍ତି, “କୌଣସି ଆଇନ ଉପରେ ନ୍ୟାୟାଳୟ ହସ୍ତକ୍ଷେପ କରେନି, ଯଦି ପ୍ରମାଣ ଦ୍ୱାରା ଏକ ଦୃଢ ମାମଲା ପ୍ରସ୍ତୁତ ହୋଇନି।” ଧାର୍ମିକ ଅଧିକାର ଓ ଆଇନ ଭିତରେ ଏହାକୁ ନେଇ ଗଭୀର ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।Waqf ହେଉଛି ଏକ ଇସଲାମିକ ପ୍ରଥା, ଯେଉଁଥିରେ ମୁସଲିମ ଧର୍ମାବଲମ୍ୱୀମାନେ ସଂପତିକୁ ଧାର୍ମିକ କାର୍ଯ୍ୟ, ଦାନ, ଶିକ୍ଷା, ହସ୍ପିଟାଲ୍, ମସଜିଦ୍, ଓ ସାଧାରଣ ମଙ୍ଗଳ ଉଦ୍ଦେଶ୍ୟରେ ଚିରସ୍ଥାୟୀ ଭାବରେ ଦାନ କରନ୍ତି। ଏହି ସଂପତି ଗୁଡ଼ିକୁ Waqf Board ଦ୍ୱାରା ପରିଚାଳନା କରାଯାଏ। Waqf (Amendment) Act 2025 ରେ ଏକ ମୁଖ୍ୟ ସଂଶୋଧନ ହେଉଛି ଯେ, ଯେଉଁ ସମସ୍ତ Waqf ସଂପତି ରେଜିଷ୍ଟର୍ ହୋଇନାହିଁ, ସେଗୁଡ଼ିକୁ ଆଇନ ଅନୁଯାୟୀ de-notify କରିପାରିବା। ଏହା ଅନେକ ସଂପତି, ଯାହା ଐତିହାସିକ ଭାବରେ “Waqf by user” ଭାବେ ବ୍ୟବହୃତ ହେଉଛି, ସେଗୁଡ଼ିକୁ ବିନା ପ୍ରମାଣ ଦେଇ ବାଦ କରିବା କ୍ଷମତା ସରକାରଙ୍କୁ ଦେଇଛି।ଭାରତ ସରକାର ସୁପ୍ରିମ୍ କୋର୍ଟକୁ କହିଛି ଯେ, Waqf ହେଉଛି ଏକ ଧାର୍ମିକ ପ୍ରଥା, କିନ୍ତୁ ଏହା ଇସ୍ଲାମ ଧର୍ମର ଆବଶ୍ୟକ ଅଂଶ ନୁହେଁ। ଏହି ଆଇନ ଧାର୍ମିକ ଅଧିକାରକୁ ଉଲ୍ଲଙ୍ଘନ କରୁନାହିଁ, ବରଂ ଏକ ବ୍ୟବସ୍ଥିତ ଆଇନ।






,

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *