ଓ୍ୱାକଫ ଶୁଣାଣୀ- ମେ ୧୫ରୁ ସିଜେଆଇ ଗଭାଇଙ୍କ ଖଣ୍ଡପୀଠରେ

ଓ୍ୱାକଫ ସଂଶୋଧିତ ଆକ୍ଟ ମାମଲାର ଏବେ ଶୁଣାଣୀ କରିବେ ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏହି ମାମଲାକୁ ଟ୍ରାନ୍ସଫର କରିଦେଇଛନ୍ତି। ମେ ୧୩ରେ ସିଜେଆଇ ଖାନ୍ନା ଅବସର ନେବେ। ସେଥିଲାଗି ଏହାର ପରବର୍ତ୍ତୀ ଶୁଣାଣୀ ମେ ୧୪ରୁ ହେବ ବୋଲି ତାଲିକାଭୁକ୍ତ ହୋଇଛି। ମେ ୧୫ରେ ଏହାର ପରବର୍ତ୍ତୀ ଶୁଣାଣୀ ହେବ। ସିଜେଆଇ ଗଭାଇଙ୍କ ଖଣ୍ଡପୀଠରେ ଏହାର ଶୁଣାଣୀ ହେବ। ଓ୍ୱାକଫ ସଂଶୋଧିତ ଅଧିନିୟମର ସାମ୍ୱିଧାନିକତାକୁ ଚ୍ଯାଲେଞ୍ଜ କରିଥିବା ଆବେଦନଗୁଡ଼ିକର ଶୁଣାଣୀ ଆଜି ଥିଲା। କିନ୍ତୁ ପ୍ରଧାନ ବିତାରପତି କହିଛନ୍ତି, ଏହି ମାମଲାରେ ଅନ୍ତରୀଣ ଆଦେଶ ପାରିତ ପୂର୍ବରୁ ଏହାର ଲମ୍ୱା ଶୁଣାଣୀ ଜରୁରୀ। ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଏହାର ଶୁଣାଣୀକୁ ସ୍ଥଗିତ କରିଦିଆଯାଇଛି। ମେ ୧୪ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଗଭାଇ। ଏହା ପରେ ସେ ଓ୍ୱାକଫ ମାମଲାର ଶୁଣାଣୀ ମେ ୧୫ରୁ କରିବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *