ପ୍ୟାନେଲିଷ୍ଟଙ୍କ ବୟାନରେ ଆଙ୍କର କାହିଁକି ଗିରଫ ହେବେ। ସୁପ୍ରିମକୋର୍ଟ ଆଜି ତେଲୁଗୁ ସାମ୍ୱାଦିକ କୋମିନେନି ଶ୍ରୀନିବାସ ରାଓଙ୍କୁ ଜାମିନ ଦେବା ବେଳେ ପୁଲିସକୁ ଏଭଳି ପ୍ରଶ୍ନ କରିଛନ୍ତି। ଆନ୍ଧ୍ର ପୁଲିସ ଅମରାବତୀ କ୍ଷେତ୍ରର ମହିଳାଙ୍କ ବାବଦରେ ଅପମାନଜନକ ଟିପ୍ପଣୀ ପ୍ରସଙ୍ଗରେ କୋମିନେନିଙ୍କୁ ଗିରଫ କରିଥିଲା। ଏହି ଟିପ୍ପଣୀ ଚଳିତ ମାସ ଆରମ୍ଭରୁ ଓ୍ୱାଇଏସଆର କଂଗ୍ରେସ ପାର୍ଟିର ମୁଖ୍ୟ ଜଗନମୋହନ ରେଡ୍ଡୀଙ୍କ ମାଲିକାନାରେ ଥିବା ସାକ୍ଷୀ ଟିିଭିରେ ଡିବେଟ୍ ଶୋରେ ପ୍ରସାରିତ ହୋଇଥିଲା। ଜଷ୍ଟିସ ପ୍ରଶାନ୍ତ ମିଶ୍ରା ଓ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି, ଜୁନ ୯ରେ ପୁଲିସ ଗିରଫ କରିଥିବା ୭୦ ବର୍ଷୀୟ ସାମ୍ୱାଦିକଙ୍କୁ ରିଲିଜ କର। କାର୍ଯ୍ୟକ୍ରମରେ ଜଣେ ପାନେଲିଷ୍ଟ ବିବାଦୀୟ ଟିପ୍ପଣୀ ଦେଇଥିଲେ। ସଂପୃକ୍ତ ସାମ୍ୱାଦିକ ନିଜେ ଲାଇଭ ଟିଭି ଶୋରେ ଏଭଳି ବୟାନ ଦେଇନଥିଲେ। ସେଥିଲାଗି ସାମ୍ୱାଦିକତାର ଅଧିକାରକୁ ରକ୍ଷା କରିବା ଜରୁରୀ। ଅଭିବ୍ୟକ୍ତିର ସ୍ୱାଧୀନତାକୁ ଆଞ୍ଚ ଆଣିବା ଉଚିତ ନୁହେଁ। ଟ୍ରାଏଲ କୋର୍ଟ ଦ୍ୱାରା ଲଗାଯାଇଥିବା ସର୍ତ୍ତାବଳୀ ଆଧାରରେ ଏତଲାରୁ ବାଦ ଦିଆଯାଉ। ଏହା ସହ ଆବେଦନକାରୀଙ୍କୁ ବି କୋର୍ଟ ପରାମର୍ଶ ଦେଇଛନ୍ତି ଯେ, ନିଜ ସୋ ରେ କୌଣସି ଅପମାନଜନକ ବୟାନବାଜି କରିବେନି ନା ଭବିଷ୍ୟତରେ କୌଣସି ଅତିଥିଙ୍କୁ ଏମିତି କରିବାକୁ ଦେବେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now