ଲଗେଜ ଛାଡ଼ି ପାଟଣା ପହଞ୍ଚିଲା ଏୟାରଇଣ୍ଡିଆର ୨ଟି ବିମାନ। ଏହାକୁ ନେଇ ଯାତ୍ରୀ ହଙ୍ଗାମା କରିଛନ୍ତି। ଏୟାରଲାଇନ୍ସ କହିଛି, ପାଟଣା ଏୟାରପୋର୍ଟରେ ରନଓ୍ୱେ ଛୋଟ। ବର୍ଷା ବି ହେଉଥିଲା। ବିମାନରେ ଏତେ ଲଗେଜ ଓଜନ ହୋଇଯାଇଥିଲା। ସେଥିଲାଗି ଲଗେଜ ଆଣିପାରିଲୁନି। ବେଙ୍ଗାଲୁରୁ ଓ ଚେନ୍ନାଇରୁ ପାଟଣା ଉଡ଼ାଣ ଭରିଥିଲା ଦୁଇଟି ବିମାନ। ପାଟଣାରେ ଯାତ୍ରୀ ଓହ୍ଲାଇବା ପରେ ଜାଣିବାକୁ ପାଇଥିଲେ ଯେ, ସେମାନଙ୍କ ଲଗେଜ୍ ଆସିନି। ଫ୍ଲାଇଟରେ ସେମାନଙ୍କ ଲଗେଜ ଲୋଡ୍ ହିଁ ହୋଇନି। ଯେହେତୁ ଆଜି ଏୟାରଇଣ୍ଡିଆର କୌଣସି ଫ୍ଲାଇଟ୍ ପାଟନା ଆସୁନି। ସେଥିଲାଗି ରବିବାର ସକାଳ ୮ଟା ସୁଦ୍ଧା ଯାତ୍ରୀଙ୍କ ଲଗେଜ୍ ପହଞ୍ଚିଯିବ ବୋଲି କହିଛନ୍ତି ବିମାନ କର୍ତ୍ତୃପକ୍ଷ। ଏୟାରଇଣ୍ଡିଆର ଗ୍ରାଉଣ୍ଡ ଷ୍ଟାଫ୍ ଓ ସିଆଇଏସଏଫ ଜବାନ ମିଳିତ ଭାବେ ଯାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଏୟାରଇଣ୍ଡିଆରେ ଅନେକ ଯାତ୍ରୀ ଥିଲେ ଯେଉଁମାନଙ୍କୁ ଅଲଗା କନେକ୍ଟିଂ ଫ୍ଲାଇଟ୍ ବି ଧରିବାର ଥିଲା। ସେମାନେ ବେଶ୍ ହଇରାଣ ହୋଇଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now