ପାକିସ୍ତାନରେ ଶ୍ରମିକଙ୍କୁ ଗଣ ଅପହରଣ । ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଘଟିଛି ଅଭାବନୀୟ ଘଟଣା। ୟୁରାନିୟମ ଏବଂ ପ୍ଲୁଟୋନିୟମ ଖଣିରୁ ୧୭ଜଣ ଶ୍ରମକ ଅପହରଣ। କିଛି ସଶସ୍ତ୍ର ଆତଙ୍କବାଦୀ ତାଙ୍କୁ କୀଡନାପ୍ କରି ନେଇଛନ୍ତି। ଏନେଇ ଖବର ସାମ୍ନାକୁ ଆସିବା ପରେ ପୋଲିସ ଏବଂ ପ୍ରଶାସନରେ ଚାଞ୍ଚଲ୍ୟ ଖେଳିଯାଇଛି । କୌଣସି ପ୍ରକାରେ ୮ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ଜଣ ଶ୍ରମିକ ଏବେବି ଆତଙ୍କୀଙ୍କ କବଜାରେ ରହିଥିବା ସୂଚନା ମିଳିଛି। ସେପଟେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନା ଅନୁଯାୟୀ, ପାକିସ୍ତାନର ମାରଓ୍ବାଟ ଜିଲ୍ଲାର ଆଣବିକ ଖଣି ପ୍ରକଳ୍ପ ସ୍ଥଳରେ ପହଞ୍ଚିବା ମାତ୍ରେ ବନ୍ଧୁକଧାରୀମାନେ ସେମାନଙ୍କୁ ଘେରିଯାଇଥିଲେ । ପରେ ଏକ ଟ୍ରକ୍ ଯୋଗେ ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିବା ସୂଚନା ରହିଛି । ସେମାନଙ୍କୁ ରେସକ୍ୟୁ କରିବାକୁ ପୋଲିସ ଛାନଭିନ୍ ଅଭିଯାନ ଜାରି ରଖିଛି । ପୂର୍ବରୁ ଏଭଳି ଅପହରଣ ଘଟଣାରେ ନିଜକୁ ଦାୟୀ କରିଥିଲା ଟିଟିପି ସଂଗଠନ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now