ଭଗବାନଙ୍କୁ ଅଫିମ ଗଛ ଦାନ

Spread the love

ମନସ୍କାମନା ପୂରଣ ପାଇଁ ଭଗବାନଙ୍କ ଶରଣାପନ୍ନ ହେବା ସହ ଭକ୍ତ ମାନେ ଭଗବାନଙ୍କ ପାଖରେ ଦାନ କରିଥାନ୍ତି। ଦାନ ବିଭିନ୍ନ ପ୍ରକାର ଥାଏ। କିନ୍ତୁ ଏମିତି ଏକ ଦାନ ଯାହା ସମ୍ପର୍କରେ ଶୁଣିଲେ ଆପଣ ଆଶ୍ଚର୍ୟ୍ୟ ହେବେ। ଭଗବାନଙ୍କୁ ଅଫିମ ଗଛ ଦାନ। ଏକଥା ଶୁଣି ଆପଣ ବିଶ୍ବାସ କରି ପାରୁ ନ ଥିଲେ ନିଶ୍ଚିତ। କିନ୍ତୁ ମାନସିକ ପୂରଣ ହେବା ପରେ ମନ୍ଦିରକୁ ଅଫିମ ଗଛ ଦାନ କରିଛନ୍ତି ମଧ୍ୟପ୍ରଦେଶର ଜଣେ ଚାଷୀ। ତେବେ ଏହା କୌଣସି  ସାଧାରଣ ଅଫିମ ଗଛ ନୁହେଁ । ରୂପା ନିର୍ମିତ ଅଫିମ ଗଛ।

ହିନ୍ଦୁ ଧର୍ମରେ ଭକ୍ତ ମନସ୍କାମନା ପୂରଣ ପାଇଁ ଭଗବାନଙ୍କ ନିକଟରେ ବିଭିନ୍ନ ଜିନିଷ ଦେବା ପାଇଁ ମାସିକ କରିଥାଏ। ମନସ୍କାମନା ପୂରଣ ହେଲା ପରେ ମାନସିକ ଅନୁଯାୟୀ ଭଗବାନକୁ ଦାନ କରିଥାଏ ଦ୍ରବ୍ୟ। ରୁପା ଅଫିମ ଗଛ ଦେବା ନିଶ୍ଚିତ ଭାବରେ ମନକୁ ଛୁଁଇଲା ଭଳି। ମଧ୍ୟପ୍ରଦେଶ ସୁଜାନପୁରା ଗାଁର ଜୟଲାଲା ନାମକ ଜଣେ ଚାଷୀ ନିଜ ଜମିରେ ଚାଷ କରନ୍ତି।

ଚଳିତ ବର୍ଷ ଜୟଲାଲ ଅଫିମ ଚାଷ କରିଥିଲେ। ଫସଲ ଭଲ ହେବା ପାଇଁ ଭଗବାନଙ୍କ ନିକଟରେ ମାନସିକ କରିଥିଲେ ତାଙ୍କ ଅଫିମ ଉତ୍ପାଦନ ଭଲ ହେବା ସହ ଲାଭ ହେଲେ ସେ ରୁପା ଅଫିମ ଗଛଟିଏ ଦେବେ। ତାଙ୍କ ଫସଲ ମଧ୍ୟ ଭଲ ହୋଇଛି । ସେଥିପାଇଁ ସେ ତାଙ୍କ ମନସ୍କାମନା ପୁରା ହେବା କାରଣରୁ ସିଙ୍ଗୋଲିଟ୍ ଚାରଭୁଜାନାଥ ମନ୍ଦିରରେ ଦେଢ କିଲୋ ଓଜନର ଏକ ରୁପା ଅଫିମ ଗଛ ଭଗବାନଙ୍କ ନିକଟରେ ଦାନ କରିଛନ୍ତି। ରେୱାଡରେ ଭଗବାନ ସାଁବରିଆ ସେଠ ଗଢବୋଗ ଚାରୁଭୁଜା ନାଥ, କୋଟଭି  ଚାରଭୁଜା ନାଥ .ଏବଂ ସିଙ୍ଗୋଲି ଚାରଭୁଜା ନାଥ ମନ୍ଦିରରେ ମାନ୍ୟତା ରହିଛି କି ଏଠାରେ ଭକ୍ତ ଯାହା ମାନସିକ କରନ୍ତି ତାହା ପୁରା ହୋଇଥାଏ । ଏଠାରେ ଭକ୍ତ ମାନସିକ ପୁରା ହେଲେ ବିଭିନ୍ନ ପ୍ରକାର ଜିନିଷ ଦାନ ଦେଇଥାନ୍ତି। ଜୟଲାଲ ମଧ୍ୟ ତାଙ୍କ ମାନସିକ ପୁରଣ ହେବାରୁ ଏପରି ଜିନିଷ ଦାନ କରିଛନ୍ତି ।

 ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ 

Leave a Reply

Your email address will not be published. Required fields are marked *