ଜାତୀୟରାଜନୀତି

ମୋର ରାଷ୍ଟ୍ରପତି ହେବାର ନାହିଁ: ମାୟାବତୀ

ଲକ୍ଷ୍ନୌ: ବିଏସପିର ମହାସଚିବ ସତୀଶ ମିଶ୍ରା ଓ ଦଳର ଏକମାତ୍ର ବିଧାୟକ ଉମାଶଙ୍କର ସିଂହ ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ବିଏସପି ସୁପ୍ରିମୋ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସପା ଉପରେ ଲଗାଇଛନ୍ତି ସଙ୍ଗୀନ ଅଭିଯୋଗ। ୟୁପି ବିଧାନସଭା ନିର୍ବାଚନ ୨୦୨୨ର ଉଲ୍ଲେଖ କରି ମାୟାବତୀ କହିଛନ୍ତି କି, ୟୁପି ନିର୍ବାଚନକୁ ହିନ୍ଦୁ ମୁସଲମାନ ରୂପ ଦେବାକୁ ବିଜେପି- ସପା ମିଳିତ କାର୍ଯ୍ୟ କରିଛନ୍ତି। ବିଜେପିର କ୍ଷମତାକୁ ଫେରିବାର ଦାୟିତ୍ବ ସମାଜବାଦୀ ପାର୍ଟି ଓ ତାର ମୁଖ୍ୟଙ୍କର ଥିଲା।

ଏହି ସାମ୍ବାଦିକ ସମ୍ମିଳନୀ କାଳରେ ମାୟାବତୀ ଆହୁରି କହିଛନ୍ତି କି, ସପା ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି କି, ମୁଁ ରାଷ୍ଟ୍ରପତି ହେବି। ତେବେ ମୁଁ ସ୍ପଷ୍ଟ କରିବାକୁ ଚାହେଁ କି, ମୁଁ ୟୁପିର ମୁଖ୍ୟମନ୍ତ୍ରୀ ତଥା ଦେଶର ପ୍ରଧାନମନ୍ତ୍ରୀ ହୋଇ ଲୋକଙ୍କ ସେବା କରିପାରିବି। କିନ୍ତୁ ରାଷ୍ଟ୍ରପତି ହେବା ପ୍ରଶ୍ନ ଉଠୁ ନାହିଁ। ବିଏସପି ଯଦି ମୁସଲମାନମାନେ ଭୋଟ ଦିଅନ୍ତି ତେବେ ମୁଁ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହୋଇପାରେ। ଯେଉଁ ସ୍ମାରକ ବିଏସପି ସରକାରରେ ଗଢାଯାଇଥିଲା, ତାକୁ ସପା ସରକାର ଓ ବିଜେପି ସରକାରରେ ଯତ୍ନ ନିଆଯାଇ ନ ଥିଲା। ତେଣୁ ବିଏସପିର ପ୍ରତିନିଧି ମଣ୍ଡଳ ସତୀଶ ମିଶ୍ରା, ଉମାଶଙ୍କର ସିଂହ ଏହି ବିଷୟରେ ମୋର ଚିଠି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ହେଲେ ସପା ପକ୍ଷରୁ ଭୁଲ ପ୍ରଚାର ହେଉଛି ଏହାକୁ ନେଇ।

ମାୟା ଆହୁରି କହିଛନ୍ତି କି, ରମଜାନ ମାସରେ ବିଦ୍ୟୁତ୍ କାଟ ଠିକ ନୁହେଁ ଓ ସରକାରକୁ ଏହା ଉପରେ କିଛି କରିବା ଆବଶ୍ୟକ। ମୁସଲମାନମାନେ ଓ ଅନ୍ୟମାନଙ୍କ ବିରୋଧରେ ହେଉଥିବା ସମସ୍ତ ଅତ୍ୟାଚାର ପାଇଁ ସପା ଦାୟୀ। ମାୟାବତୀଙ୍କ ଅନୁଯାୟୀ, ସପା ସରକାର ଗଠନ ପରେ ତାଙ୍କ ସମୟରେ ହୋଇଥିବା ପାର୍କ, ସ୍ମାରକୀର ରକ୍ଷଣାବେକ୍ଷଣ ହେଉନାହିଁ। ଏପରି ସ୍ଥଳେ ସେ ଚାହୁଁଛନ୍ତି, ବର୍ତ୍ତମାନର ସରକାର ଏହା ଉପରେ ପଦକ୍ଷେପ ନିଅନ୍ତୁ।  

Related Articles

Leave a Reply

Your email address will not be published.

Back to top button