ଦେଶର ମେଣ୍ଟାଲ ହେଲ୍ଥ କେୟାର ସେଣ୍ଟରର ସ୍ଥିତି ଦୟନୀୟ

ନୂଆଦିଲ୍ଲୀ: ଜାତୀୟ ମାନବାଧିକାର କମିଶନ ଦେଶର ମେଣ୍ଟାଲ ହେଲ୍ଥ କେୟାର ସେଣ୍ଟରର ସ୍ଥିତିର ଯାଞ୍ଚ କରି ସେଠାର ସ୍ଥିତି ଦୟନୀୟ ଥିବା ଜାଣିବାକୁ ପାଇଛି। ୨୦୧୭ର ମେଣ୍ଟାଲ ହେଲ୍ଥ କେୟାର ଆକ୍ଟ ମୁତାବକ ମେଣ୍ଟାଲ ହେଲ୍ଥ କେୟାର ସେଣ୍ଟରଗୁଡିକରେ ଯେଉଁ ସୁବିଧା ସୁଯୋଗ ଦିଆଯିବା କଥା ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କୁହାଯାଇଛି।
ଏନଏଚଏଆରସି ରିପୋର୍ଟ ମୁତାବକ, ଦେଶର ସମସ୍ତ ସରକାର ମେଣ୍ଟାଲ ହେଲ୍ଥ କେୟାର ହସ୍ପିଟାଲର ଅବସ୍ଥା ସାଂଘାତିକ। ଏନଏଚଆରସି ପ୍ରବକ୍ତା ଜୈମିନି କୁମାର ଶ୍ରୀବାସ୍ତବ କହିଛନ୍ତି କି, ଦେଶରେ ୪୬ ସରକାରୀ ମେଣ୍ଟାଲ ହେଲ୍ଥ ସେଣ୍ଟର ରହିଛି। ଗତ ୩-୪ ମାସରେ ମେଣ୍ଟାଲ ହେଲ୍ଥ କେୟାର ସେଣ୍ଟରଗୁଡିକର ସ୍ଥିତି ଉପରେ ଯାଞ୍ଚ କରାଯାଇଥିଲା। କମିଶନ ଗ୍ବାଲିୟର ମେଣ୍ଟାଲ ହେଲ୍ଥ କେୟାର ହସ୍ପିଟାଲରୁ ଯାଞ୍ଚ ଆରମ୍ଭ କରି ଏହା ପରେ ଆଗ୍ରା, ରାଞ୍ଚି ଆଦି ହସ୍ପିଟାଲର ସ୍ଥିତି ହୋଇଥିଲା। ଯାଞ୍ଚରୁ ହସ୍ପିଟାଲଗୁଡିକରେ ସମାନ ସ୍ଥିତି ଦେଖିବାକୁ ମିଳିଥିଲା।
୨୦୧୭ର ମେଣ୍ଟାଲ ହେଲ୍ଥକେୟାର ଆକ୍ଟ ମୁତାବକ, ମେଣ୍ଟାଲ ହେଲ୍ଥ କେୟାର ସେଣ୍ଟରଗୁଡିକରେ ଯେଉଁ ସୁବିଧା ସୁଯୋଗ ଦିଆଯିବା ଦରକାର, ତାହା ଦିଆଯାଉ ନାହିଁ। ସେଠାରେ ରୋଗୀଙ୍କ ତୁଳନାରେ ଡାକ୍ତର, ନର୍ସ, ଅନ୍ୟାନ୍ୟ ମେଡିକାଲ ଷ୍ଟାଫଙ୍କ ସଂଖ୍ୟା ଅତ୍ୟନ୍ତ ନ୍ୟୁନ ରହିଥିଲା। ଏମିତି କି, ସାଫ ସଫାଇ ମଧ୍ୟ ଠିକ ନାହିଁ କି ଆବଶ୍ୟକ ଅନୁଯାୟୀ ଔଷଧ ମଧ୍ୟ ଯୋଗାଯାଉ ନାହିଁ।
ଏଥିସହ ଯାଞ୍ଚ ବେଳେ କମିଶନ ଦୃଷ୍ଟିକୁ ଆସିଥିଲା, ବହୁ ପୂର୍ବରୁ କିଛି ଲୋକ ଠିକ ହୋଇଥିଲେ ମଧ୍ୟ ସେମାନଙ୍କୁ ରିହାବିଲିଟେଟ କରାଯାଇ ନାହିଁ। ସେମାନଙ୍କ ପରିବାର ଆଉ ସେମାନଙ୍କୁ ନେଉ ନାହିଁ। ତେଣୁ ସେମାନଙ୍କୁ ହାଫ ୱେ ହୋମକୁ ପଠାଇବାର ନିୟମ ଥିଲେ ମଧ୍ୟ ସେମାନେ ମେଣ୍ଟାଲ ହେଲ୍ଥ ସେଣ୍ଟରରେ ପଡି ରହିଛନ୍ତି।
ମେଣ୍ଟାଲ ହେଲ୍ଥ କେୟାର ଆକ୍ଟ ଅନୁସାରେ, କେନ୍ଦ୍ର ପକ୍ଷରୁ ନିୟମ କରାଯିବାକୁ ଥିଲା। ତାହା ମଧ୍ୟ କରାଯାଇ ନାହିଁ। ଦେଶର ସମସ୍ତ ୪୬ ମେଣ୍ଟାଲ ହେଲ୍ଥ କେୟାର ସେଣ୍ଟରର ସ୍ଥିତି ଖରାପ ରହିଛି।