ଜାତୀୟ

ପ୍ରଧାନମନ୍ତ୍ରୀ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳକୁ ସବୁଜ ପତାକା ଦେଖାଇ କଲେ ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ପୂର୍ବରୁ ସେ ଉତରାଖଣ୍ଡରେ ରେଳ ଲାଇନର ଶତ ପ୍ରତିଶତ ବିଦ୍ୟୁତିକରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଉତରାଖଣ୍ଡକୁ ଦେହରାଦୁନରୁ ଦିଲ୍ଲୀ ଯାଏ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଛି । ଏହି ଟ୍ରେନ ଉତରାଖଣ୍ଡର ନାଗରିକ ମାନଙ୍କ ଯାତ୍ରକୁ ସହଜ କରିବା ସହ ଅଧିକ ସୁବିଧାକୁ ସୁନିଶ୍ଚିତ କରିବ । ଏହି ଟ୍ରେନ ଲୋକ ମାନଙ୍କ ଯାତ୍ରା ସମୟକୁ କମ କରିବ ।

Related Articles

Leave a Reply

Your email address will not be published.

Back to top button