ନିଜ ୪ ପିଲାଙ୍କୁ ପାଣି ଟାଙ୍କିକୁ ଠେଲି ମା’ର ଆତ୍ମହତ୍ୟା ଉଦ୍ୟମ

Spread the love

() ନିଜ ଛୁଆଙ୍କୁ ମରଣ ମୁହଁକୁ ଠେଲିଦେଲା ମା’। ରାଜସ୍ଥାନର ବାଡମେର ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା। ପାରିବାରିକ କଳହ କାରଣରୁ ୪ ଛୁଆଙ୍କୁ ପାଣି ଟାଙ୍କିଙ୍କୁ ଠେଲିଲା ମା’। ଅକାଳରେ ୪ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରି ବର୍ତ୍ତି ଯାଇଛି ନିଜେ ମା’।

ସୂଚନାଅନୁଯାୟୀ, ମହିଳାଙ୍କ ସ୍ୱାମୀ ଶ୍ରମିକ ଭାବେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ସବୁବେଳେ କଳହ ହେଉଥିଲା। ମହିଳାଙ୍କ ୪ ଛୁଆ ଥିବା ବେଳେ ସେମାନଙ୍କ ବୟସ ୫ରୁ ୧୧ ବର୍ଷ ହେବ। ପାରିବାରିକ କଳହରୁ ମୁକ୍ତି ପାଇବା ପାଇଁ ମହିଳାଜଣକ ନିଜ ୪ ଛୁଆଙ୍କୁ ମାରିବା ସହ ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ।

ପରେ ନିଜ ପିଲାମାନଙ୍କୁ ଛାତକୁ ନେଇ, ସେଠାରେ ଜଣକ ପରେ ଜଣେ ଛୁଆଙ୍କୁ ପାଣି ଟାଙ୍କିରେ ଫୋପାଡ଼ି ଦେଇଥିଲେ। ଏହାପରେ ନିଜେ ବି ସେହି ଟାଙ୍କିକୁ ଡେଇଁ ପଡ଼ିଥିଲେ।କିଛି ସମୟ ପରେ ପରିବାର ଲୋକେ ଓ ପଡୋଶୀ ଏହା ଜାଣି ପାରି ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ୪ ଛୁଆଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଜଣଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *