ଆଇନଗତ ଅଡ଼ୁଆରେ ପୂଜା ଖେଡ଼କର

ଆଇଏଏସ ଚାକିରୀ ଗଲା ପରେ ଏବେ ଆଇନଗତ ଅଡ଼ୁଆରେ ଫସିଛନ୍ତି ପୂଜା ଖେଡ଼କର। ଓବିସି ଓ ଭିନ୍ନକ୍ଷମ ପ୍ରମାଣପତ୍ର ଜାଲିଆତି କରି ଆଇଏଏସ୍ ପରୀକ୍ଷା ପାସ୍ କରିବା ଓ ନିୟମ ଉଲ୍ଲଂଘନ ଅଭିଯୋଗ ସତ ପ୍ରମାଣିତ ପରେ ତାଙ୍କର ଟ୍ରେନି ଆଇଏଏସ ଅଫିସର ଭାବେ ପୂଜାଙ୍କ ଚୟନ ପ୍ରକ୍ରିୟାକୁ ରଦ୍ଦ କରିଛି ୟୁପିଏସସି। ଭବିଷ୍ୟତରେ ବି ପୂଜା ୟୁପିଏସସିର କୌଣସି ପରୀକ୍ଷା ଦେଇପାରିବେନି। ସେପଟେ ପୂଜାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ କୋର୍ଟ।  ନିରପେକ୍ଷ ତଦନ୍ତ ଲାଗି ବୋର୍ଡ ଗଠନ ସହ ସେ ପାଇଥିବା ସମସ୍ତ ଲାଭ ଓ କ୍ଷମତାର ଦୁରୁପଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ ନିର୍ଦେଶ ଦେଇଛନ୍ତି ପଟିଆଲା ହାଉସ କୋର୍ଟ। ପୂଜାଙ୍କ ଜାଲିଆତି ପ୍ରମାଣିତ ପରେ ତାଙ୍କ ଗିରଫଦାରିକୁ ନେଇ ଆଶଙ୍କା ବଢ଼ିଛି। ଗିରଫଦାରିରୁ ବର୍ତ୍ତିବାକୁ ଆଗୁଆ ଜାମିନ୍ ଆବେଦନ କରିଥିଲେ ପୂଜା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *