ଆସାମରେ ଗମ୍ଭୀର ବନ୍ୟା ପରିସ୍ଥିତି : ୫ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରଭାବିତ, ୬ ମୃତ

Spread the love

() ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ନଦୀଗୁଡ଼ିକ ଜଳମଗ୍ନ ହୋଇଥିବା ବେଳେ ପ୍ରଭାବିତ ଲୋକମାନେ ବିଭିନ୍ନ ଅଞ୍ଚଳରେ ଥିବା ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଆସାମ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମଏ) ପକ୍ଷରୁ ରବିବାର କୁହାଯାଇଛି ଯେ ବନ୍ୟା ରେ ୧୪ଟି ଜିଲ୍ଲାର ୫ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି।

ରାଜ୍ୟର ୩ଟି ପ୍ରମୁଖ ନଦୀ କୋପିଲି, ବରାକ ଓ କୁଶିୟାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିଭିନ୍ନ ଜିଲ୍ଲାର ୧୯୩ଟି ରିଲିଫ କ୍ୟାମ୍ପରେ ୩୯ ହଜାରରୁ ଅଧିକ ବିସ୍ଥାପିତ ଆଶ୍ରୟ ନେଇଛନ୍ତି। ଏହାସହ ଅନ୍ୟ ୮୨ଟି ରିଲିଫ ବଣ୍ଟନ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଇଛି।

Leave a Reply

Your email address will not be published. Required fields are marked *