ଆହୁରି ୫ ବର୍ଷ ବ୍ୟାନ୍..

Spread the love

ଆତଙ୍କବାଦୀ ଗ୍ରୁପ ଏସଏଫଜେକୁ ପୁଣି ଥରେ ୫ ବର୍ଷ ଲାଗି ବ୍ୟାନ୍ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଶିଖ ଫର ଜଷ୍ଟିସ ସଂଗଠନ ଆତଙ୍କି କାର୍ଯ୍ୟକଳାପରେ ଲିପ୍ତ ବୋଲି ଆଗରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାକୁ ବ୍ୟାନ୍ କରିଥିଲା। ଯାହାର ଅବଧି ଆଜି ସରୁଥିଲା। ଜୁଲାଇ ୧୦, ୨୦୨୪ରୁ ପୁଣି ୫ ବର୍ଷ ଲାଗି ଏହି ବ୍ୟାନ୍ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପ୍ରୋ ଖଲିସ୍ତାନୀ ଗ୍ରୁପ୍ ଏସଏଫଜେ ଗୁରପତଓ୍ୱନ୍ତ ସିଂ ପାନୁନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହି ସଂଗଠନ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାର ପ୍ରମାଣ ପାଇ ଜୁଲାଇ ୧୦, ୨୦୧୯ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାକୁ ବ୍ୟାନ୍ କରିଥିଲା। ପୂର୍ବରୁ ସୁପ୍ରିମକୋର୍ଟ ବି ଏସଏଫଜେ ସଦସ୍ୟ ଗୁରପ୍ରୀତ ସିଂ ଗୋପିଙ୍କୁ ଦେଶଦ୍ରୋହ ମାମଲାରେ ଜାମିନ୍ ଦେବାକୁ ମନା କରିଛନ୍ତି। ଯାହାର ତଦନ୍ତ ଏନଆଇଏ କରୁଥିଲା।

Leave a Reply

Your email address will not be published. Required fields are marked *