କମଲା ହାରିସ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ

ଏଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ-ହାରିସଙ୍କ ମଧ୍ୟରେ ଲଢ଼େଇ। କମଲା ହାରିସଙ୍କୁ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଡେମୋକ୍ରାଟିକ୍ ପାର୍ଟି ତରଫରୁ କମଲାଙ୍କ ନାଁ ଘୋଷଣା କରାଯାଇଛି । ଦଳ ତାଙ୍କୁ ବିଶ୍ବାସ କରିଥିବାରୁ କମଲା ହ୍ୟାରିସ୍ ଖୁସୀ ବ୍ୟକ୍ତ କରିଛନ୍ତି। ଏନେଇ ‘ଏକ୍ସ’ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଆମେରିକାର ଉପ-ରାଷ୍ଟ୍ରପତି ଥିବା କମଲା ହ୍ୟାରିସ୍ । ସୂଚନା ଅନୁସାରେ ଆସନ୍ତା ନଭେମ୍ବରରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଆଜି ସେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଆବଶ୍ୟକ ଫର୍ମ ପୂରଣ କରିଥିବା କହିବା ସହ ଏଥର ଆମେରିକା ନିର୍ବାଚନ ଜିଣିବେ ବୋଲି ଆଶା ପ୍ରକାଶ କରିଛନ୍ତି । ପ୍ରତିଟି ଭୋଟ୍ ପାଇବା ପାଇଁ କଠିନ ପରିଶ୍ରମ କରିବେ । ନଭେମ୍ବରରେ ବିଜୟ ତାଙ୍କର ହିଁ ହେବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଉପରାଷ୍ଟ୍ରପତି କମଲା ହାରିସ୍ । ବର୍ତ୍ତମାନ ଆମେରିକାର ଉପ-ରାଷ୍ଟ୍ରପତି ଅଛନ୍ତି କମଲା ହାରିସ୍ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *