ମହାକାଶରେ ଫସି ରହିଥିବା ମହାକାଶଚାରିଣୀ ସୁନିତା ୱିଲିୟମ୍ସ ଏବଂ ବଚ ୱେଲମୋରଙ୍କୁ ଆଣିବା ଲାଗି ଆଜିଠାରୁ ଆରମ୍ଭ ହେବ ପ୍ରକ୍ରିୟା । ଗତବର୍ଷ ଜୁନ ୫ରେ ଫ୍ଲୋରିଡାରୁ ବୋଇଂ ଷ୍ଟାରଲାଇନରକୁ ଉତକ୍ଷେପଣ କରାଯାଇଥିଲା ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଅଣାଯାଇ ପାରୁନାହିଁ। ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମେସିନ ଆରମ୍ଭ ହେବ । ତେବେ ଏହି ପ୍ରସଙ୍ଗକୁ ନେଇ ଆମେରିକା ରାଜନୀତି ଜୋର ଧରିଛି । ପୂର୍ବତନ ବାଇଡେ ସରକାର ଉପରେ ଦୋଷ ଲଦିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଆସନ୍ତା ମାର୍ଚ୍ଚ ୧୯ କିମ୍ବା ୨୦ରେ ସୁନିତା ଏବଂ ୱେଲମୋର ପୃଥିବୀ ଫେରିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now