ଚାଇନାରେ ଆରମ୍ଭ ହେବ ଲଭ ଏଜୁକେଶନ

ଚାଇନାରେ ଆରମ୍ଭ ହେବ ଲଭ ଏଜୁକେଶନ। ବିବାହ ଲାଗି ପ୍ରେରଣା , ଏହାହିଁ ହେଉଛି ଲକ୍ଷ୍ୟ। ଲଭ ଏଜୁକେଶନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ଚୀନ। ଏହା ପଛରେ କଣ ରହିଛି କାରଣ। କାହିଁକି ଏଭଳି ନିଷ୍ପତ୍ତି ନେଲେ ଚୀନ ସରକାର। ବିଶ୍ୱରେ ଜନସଂଖ୍ୟାରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଚୀନ ଗୋଟିଏ ସନ୍ତାନ ଲାଗି ଆହ୍ୱାନ ଦେଉଥିଲେ। କେମିତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ। ବର୍ତ୍ତମାନ ସ୍ଥିତି ପୁରାପୁରି ଅଲଗା ହୋଇଥିବା ବେଳେ ଲଭ ଏଜୁକେଶନ ଆରମ୍ଭ କରିବାକୁ ଯାଉଛି ଚୀନ। ଗୋଟେ ପଟେ ଜନସଂଖ୍ୟା ବୃଦ୍ଧି ପାଇ ବୃଦ୍ଧ ଅବସ୍ଥାକୁ ଗଲାଣି। ବୟସ୍କଙ୍କ ଜନସଂଖ୍ୟା ବଢିଲେ ସରକାରୀ ଖର୍ଚ୍ଚ ବଢିବ। ତେବେ ଏଭଳି ସମସ୍ୟାକୁ ନେଇ ସମାଧାନର ବାଟ କାଢି ଜନ୍ମହାର ବଢାଇବା ଲକ୍ଷ୍ୟ ରଖାଯାଇଛି।

ଚୀନର ଯୁବପୀଢିଙ୍କ ମଧ୍ୟରେ ପ୍ରେମ,ବିବାହ ପ୍ରତି ଧିରେ ଧିରେ ଆଗ୍ରହ କମୁଥିବା ଦେଖିବାକୁ ମିଳିଛି। ଦେଶରେ ୫୭ ପ୍ରତିଶତ ଯୁବପୀଢି ବିବାହ କରିବାକୁ ପସନ୍ଦ କରୁନାହାନ୍ତି। ଏନେଇ ସେମାନଙ୍କ ମଧ୍ୟରେ ଚିନ୍ତାଧାରାରେ କିଛି ପରିବର୍ତ୍ତନ କରିବା ପାଇଁ ଆଗେଇ ଆସିଛନ୍ତି। ପଜିଟିଭ ଚିନ୍ତାଧାରା ଆଣିବାକୁ ଉଦ୍ୟମ କରିଛନ୍ତି ଚୀନ ସରକାର। ପିଲାମାନଙ୍କ ମଧ୍ୟରେ ବିବାହ, ପ୍ରେମ ଓ ପରିବାର ଓ ପ୍ରଜନନ ଭଳି ପ୍ରସଙ୍ଗରେ ପଜିଟିଭିଟି ଆଣିବାକୁ ଲଭ ଏଜୁକେଶନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି ଚୀନ ସରକାର। ଖୁବଶୀଘ୍ର କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହାଦ୍ୱାରା ଯୁବଗୋଷ୍ଠୀ ପ୍ରେରିତ ହେବା ସହ ଏହି ଲକ୍ଷ୍ୟରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି।  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *