BHUBANESWAR

  • ରାଜଧାନୀରେ କରୋନା କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳିତ

    () ସମଗ୍ର ଦେଶରେ ୭୪ ତମ  ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଦିଲ୍ଲୀରୁ ପଲ୍ଲୀ ସଜେଇ ହୋଇଛି ତ୍ରିରଙ୍ଗାର ରଙ୍ଗରେ। ରାଜଧାନୀ  ଭୁବନେଶ୍ୱରର ଗାନ୍ଧୀ ମାର୍ଗ ହୋଇ ଉଠିଥିଲା ଚଳଚଞ୍ଚଳ l ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ବ୍ରାସବ୍ୟାଣ୍ଡ ତାଳେ  ତାଳେ 50 ଟ୍ରୁପ କରିଥିଲେ  ପରେଡ ପ୍ରଦର୍ଶନ। ସେପଟେ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ ଅଫିସର  ପାଇଛନ୍ତି ମେଡାଲ l

    ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଏଥିପାଇଁ ଦୁଲୁକିଥିଲା ଗାନ୍ଧୀମାର୍ଗ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା  ଉତ୍ତୋଳନ କରିଥିଲେ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ବ୍ରାସବ୍ୟାଣ୍ଡ ତାଳେ  ତାଳେ 50 ଟ୍ରୁପ କରିଥିଲେ  ପରେଡ ପ୍ରଦର୍ଶନ l  ଏହାର ନେତୃତ୍ୱ ନେଇଥିଲେ କେସିଙ୍ଗା SDPO ୟସ ପ୍ରତାପ ଶ୍ରୀମାଲ । ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ବାଇକରେ ଡେ଼ୟାର ଡେଭିଲ ଦୁଃସାହସିକ କଳା ପ୍ରଦର୍ଶନ କରିବା ସହ ଓଡିଶା ସ୍କେଟିଂ ଏକାଡେମୀ ତରଫରୁ  କରାଯାଇଥିଲା  ଚିତାକର୍ଷକ ପ୍ରଦର୍ଶନ l

    ଅନ୍ୟପଟେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଥିଲା ବା ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା।  ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରୀଟି wing ଏସପି ସରୋଜ କୁମାର ମହାପାତ୍ର।  ସେହିଭଳି ସାହାସିକତା ପାଇଁ ଦୁଇ ଜଣ SOG କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି।  ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି l

    ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

  • ନୂଆ ବର୍ଷକୁ ସ୍ବାଗତ କରିବାକୁ ରାଜଧାନୀ ପ୍ରସ୍ତୁତ

    () ଆସୁଛି ନୂଆ ବର୍ଷ l ସମସ୍ତଙ୍କ ମନରେ ନୂଆ ଆଶା, ନୂଆ ଉତ୍ସାହ l  ଚଳଚଂଚଳ ଗାଁ ଠୁ ସହର l ନୂଆବର୍ଷକୁ ସ୍ବାଗତ କରିବା ପାଇଁ ସବୁଠି ଆରମ୍ଭ ହେଲାଣି ପ୍ରସ୍ତୁତି l 0 ନାଇଟ ସେଲିବ୍ରେଶନ ପାଇଁ ସବୁଠି ଆରମ୍ଭ ହେଲାଣି କାଉଣ୍ଟଡ଼ାଉନ l ଚିକମିକ୍ ଲାଇଟ ସାଙ୍ଗକୁ ରଙ୍ଗ ବେରଙ୍ଗ ବେଲୁନରେ ଚାଲିଛି ସାଜସଜ୍ଜା l

    ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ହୋଟେଲ ଓ କ୍ଳବ୍ ସଜେଇ ହେଲାଣି ରଙ୍ଗ ବେରଙ୍ଗୀ ଆଲୋକରେ l ନାଚ ଗୀତ କାର୍ଯ୍ୟକ୍ରମ ସହ ବିଭିନ୍ନ ହୋଟେଲରେ ଫୁଡ କୋର୍ଟର ବ୍ୟବସ୍ଥା ମଧ୍ୟ କରାଯାଇଛି l ଏଥିସହ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ହୋଟେଲ ଗୁଡିକ ପକ୍ଷରୁ ବ୍ୟାପକ ଅୟୋଜନ କରଯାଇଛି l

    ଏଥିସହ ବେକେରୀ ଓ ଫୁଲ ଦୋକାନ ବି ଚଳଚଞ୍ଚଳ ହୋଇଉଠିଛନ୍ତି l ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ବ୍ୟବସାୟୀ। ଫୁଲ ଦୋକାନରେ ଗୋଲାପ, ଲଭେଣ୍ଡର, ଜାସମିନ, ସୂର୍ଯ୍ୟମୁଖୀ ଭଳି ବିଭିନ୍ନ ଫୁଲ ସଜେଇ ହୋଇ ରହିଥିବା ବେଳେ କେକ ଦୋକାନରେ ବ୍ଲାକ ଫରେଷ୍ଟ, ରେଡ୍ ଭେଲଭେଟ, ଗ୍ରୀନ ଆପେଲ, ଚୋକୋ ଚିପ୍ସ ଭଳି କେକର ବେଶ ଚାହିଦା ରହିଛି l ତେବେ ଦୋକାନରେ ଗ୍ରାହକଙ୍କର ବେଶ ଭିଡ ଜମୁଛିl

    ଅନ୍ୟପଟେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ କେବଳ ଗୋଟାଏ ଅପେକ୍ଷା କେତେବେଳେ ନୂଆବର୍ଷ ଆସି ପହଞ୍ଚିବ l

     ଜ୍ୟୋତି ମଞ୍ଜରୀ ସାହୁ

  • ରାଜଧାନୀରେ ବହୁତଳ ପାର୍କିଂ ବ୍ୟବସ୍ଥା

    ଭୁବନେଶ୍ବର: ରାଜଧାନୀରେ ନୂତନ ତଥା ସୁବ୍ୟବସ୍ଥିତ ବହୁତଳ ପାର୍କିଂ ବ୍ୟବସ୍ଥା l ଏଣିକି ସୁବିଧା ଓ ସୁରକ୍ଷିତ ଭାବେ ସହରବାସୀ ରଖିପାରିବେ ଗାଡି । ଭୁବନେଶ୍ଵରରେ ସକାଳରୁ ରାତି ଯାଏଁ ମାର୍କେଟ ବିଲ୍ଡିଂ ରେ ଲାଗିରହିଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ନୂତନ ବହୁତଳ ପାର୍କିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି l ତେବେ ଦୁଇ ଗୁଣା ଅଧିକ ପାର୍କିଂ ଫି କୁ ନେଇ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

    ରାଜଧାନୀ ଭୁବନେଶ୍ଵରର ଉନ୍ନତିକରଣରେ ଯୋଡ଼ି ହୋଇଛି ବହୁତଳ ପାର୍କିଂ ବ୍ୟବସ୍ଥା l ରାଜମହଲ ଛକରେ ଏହି ପାର୍କିଂ ବ୍ୟବସ୍ଥା ଆରମ୍ଭ ହୋଇଛି l ପ୍ରତି ଦିନ ଏଠାରେ ଥିବା ମାର୍କେଟ ବିଲ୍ଡିଂକୁ ଆସିଥାଆନ୍ତି । ହେଲେ ପାର୍କିଂର କୌଣସି ସଠିକ ବ୍ୟବସ୍ଥା ନଥିବାରୁ ରାସ୍ତାରେ ଗାଡି ରଖି ମାର୍କେଟ ଯିବାକୁ ବାଧ୍ୟ ହୁଅନ୍ତି । ଏହାଯୋଗୁଁ ରାସ୍ତା ଅବରୋଧ ହୋଇ ଏଜି ଛକରୁ ରାଜମହଲ ଯାଏଁ ସବୁବେଳେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଏମିତିକି ଗାଡି ଚୋରିର ଭୟ ମଧ୍ୟ ରହିଥାଏ । ଏହାସହ ସବୁବେଳେ ଛୋଟବଡ ଦୁର୍ଘଟଣା ଘଟି ଅନେକ ଆହତ ମଧ୍ୟ ହେଉଥିବା ଦେଖିବାକୁ ମିଳିଥାଏ ।

    ଡିସେମ୍ବର ୮ ତାରିଖରେ ଏହି ବହୁତଳ ପାର୍କିଂ ବ୍ୟବସ୍ଥା ଆରମ୍ଭ ହେବା ଦ୍ୱାରା ଯାନବାହାନ ଗୁଡ଼ିକ ଏବେ ସୁରକ୍ଷିତ ଅବସ୍ଥାରେ ରହିବା ସହ ରାସ୍ତା ମଧ୍ୟ ଫାଙ୍କା ରହୁଛି । ଯାହାଫଳରେ ଟ୍ରାଫିକ ସମସ୍ୟା ହ୍ରାସ ପାଇଛି । କିନ୍ତୁ ଏସବୁ ମଧ୍ୟରେ ବାଧକ ସାଜୁଛି ପାର୍କିଂର ଦୁଇଗୁଣା ଫି l ବାହାରେ ଗାଡ଼ି ଗୁଡ଼ିକର ପାର୍କିଂ ପାଇଁ ୨୦ ଟଙ୍କା ଦେବାକୁ ପଡୁଥିବା ବେଳେ ଏଠାରେ ୪୦ ଟଙ୍କା ଦେବାକୁ ପଡ଼ୁଛି । ପୁଣି ଏକ ଘଣ୍ଟାରୁ ଅଧିକ ସମୟ ରହିଗଲେ ପାର୍କିଂ ଫି ବାବଦକୁ ୭୦ ଟଙ୍କା ଦେବାକୁ ପଡ଼ୁଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜନସାଧାରଣ l ସେପଟେ ଚଢାଦରକୁ ନେଇ ପାର୍କିଂ ମ୍ୟାନେଜରଙ୍କୁ ପଚରାରିବାରୁ ସେ ପ୍ରତିକ୍ରୟା ଦେବାକୁ ମନା କରିଦେଇଥିଲେ ।

    ଅନ୍ୟପକ୍ଷେ ଗାଡିଗୁଡିକ ସୁରକ୍ଷିତ ରହି ପାରୁଥିବାରୁ ଖୁସି ପ୍ରକାଶ କରିଛନ୍ତି ଲୋକେ l ହେଲେ ଫି କିଛି ମାତ୍ରାରେ କମିଲେ ଠିକ ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।  

    ଜ୍ୟୋତି ମଞ୍ଜରୀ ସାହୁଙ୍କ ରିପୋର୍ଟ

  • ଭାଙ୍ଗିଲା କିଶୋର ମଟନ ହୋଟେଲ

    ଭୁବନେଶ୍ୱର: ମାଟିରେ ମିଶିଲା ଭୁବନେଶ୍ୱରର ଚର୍ଚ୍ଚିତ କିଶୋର ମଟନ ହୋଟେଲ। ବିଏମସି  ଅଧିକାରୀ , ବିଏମସି ଏନଫୋର୍ସମେଣ୍ଟ ଟିମ୍ ଓ ପୋଲିସର ଉପସ୍ଥିତିରେ ଉଚ୍ଛେଦ କରାଯାଛି। ପ୍ରଥମେ ଦୁଇ ଦିନ ତଳେ ଏହା ଉପରେ ଚଢାଉ ହୋଇଥିଲା। ଆଜି ଏହାକୁ ମାଟିରେ ମିଶେଇଛି ବିଏମସି। ହୋଟେଲଟି ସରକାରୀ ଜାଗାରେ ରହିଥିବା ବେଳେ ଜାଗାଟିକୁ ଜବତ ଦଖଲ କରିଥିଲେ କିଶୋର। ସେପଟେ ଏହାକୁ  ନେଇ  ବିଏମସି କମିଶନର ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଏହି ହୋଟେଲକୁ ନେଇ ଜନସାଧାରଣଙ୍କର ବହୁ ଅଭିଯୋଗ ଥିଲା। ଏହି ହୋଟେଲ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉପୁଜୁଥିଲା। ତେଣୁ ଏହାକୁ  ଉଚ୍ଛେଦ କରାଯାଇଛି। ଯେଉଁମାନେ ବ୍ୟବସାୟ କରୁଛନ୍ତି ପ୍ରପର ୱେରେ କରନ୍ତୁ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

  • ୨୦ ମିନିଟ ଧରି ଆକାଶରେ କଳା କୌଶଳ

    ଭୁବନେଶ୍ବର: ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଏୟାର ସୋର  ସରିଲା ଅଭ୍ୟାସ। ଆସନ୍ତାକାଲି ରାଜଧାନୀବାସୀ ବାୟୁସେନାର ଏୟାର ସୋ ଦେଖିବା ଆଗରୁ ଆଜି ଦେଖିଛନ୍ତି ଅଭ୍ୟାସ। ପ୍ରାୟ ୨୦ ମିନିଟ୍ ଧରି ଆକାଶମାର୍ଗରେ ଫୁଲ୍ ଡ୍ରେସ୍ ରିହଲସଲ କରିଛି ବାୟୁସେନା। ଆଉ ଏହାକୁ ଦେଖିବାକୁ କୁଆଖାଇ ନଦୀପଠା ବେଶ୍ ଲୋକାରଣ୍ୟ ହୋଇପଡ଼ିଥିଲା।

    ଆଜାଦିର ଅମୃତ ମହୋତ୍ସବ ଅବସରରେ ଭୁବନେଶ୍ୱରରେ ହେବାକୁ ଯାଉଛି ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ। କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଶୁକ୍ରବାର ଏହାକୁ ଉପଭୋଗ କରିବେ ରାଜଧାନୀ ବାସିନ୍ଦା। କିନ୍ତୁ ତା ଆଗରୁ ଆଜି ଫୁଲ୍ ଡ୍ରେସ ରିହଲସଲ ଦେଖି ବେଶ୍ ଆନନ୍ଦ ଉଠାଇଛନ୍ତି ଲୋକେ। ବାୟୁସେନାର ୯ଟି ହକ୍ ବିମାନ ଆକାଶମାର୍ଗରେ ନିଜର ସାହସିକତା ଦେଖାଇଛି। ୨୦ ମିନିଟ୍ ଧରି କଳାକୌଶଳ ଦେଖାଯାଇଛି। ଏହାକୁ ଦେଖିବାକୁ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା ନଦୀପଠାରେ। ସେଥିଲାଗି କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ଶହେ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।

    ସେପଟେ ଶୁକ୍ରବାର ବାୟୁସେନାର ସୂର୍ଯ୍ୟକିରଣ ସୋ ସକାଳ ୧୦ଟା ୧୬ରୁ ଦେଖିବାକୁ ପାଇବେ ରାଜଧାନୀ ବାସିନ୍ଦା। କେବଳ ରାଜଧାନୀ କାହିଁକି, ଆଖପାଖ ଜିଲ୍ଲାରୁ ବି ଲୋକେ ଛୁଟି ଆସିବେ ଏହାକୁ ଉପଭୋଗ କରିବାକୁ। ଟ୍ରାଫିକ ସମସ୍ୟା ନ ଉପୁଜିବା ଲାଗି ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଲୋକେ ଆଜିର ଫୁଲ୍ ଡ୍ରେସ୍ ରିହଲସଲ ଦେଖି ବେଶ୍ ଉପଭୋଗ କରିଛନ୍ତି। ନିକଟରୁ ଏଭଳି ସୋ ଦେଖିବାକୁ ମଉକା ମିଳିଥିବାରୁ ଏହାକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି।

    ପ୍ରଥମ ପର୍ଯ୍ୟାୟରେ ୯ଟି ବିମାନ ଏକା ସାଙ୍ଗରେ ଉଡ଼ିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଦୁଇଟି ଲେଖାଏଁ ବିମାନ ୧୬ଶହ କିଲୋମିଟର ପ୍ରତି ଘଣ୍ଟା ବେଗରେ ୨ଶହରୁ ୩ଶହ ଫୁଟ୍ ଉଚ୍ଚରେ ସୋ ଦେଖାଇଛନ୍ତି।

    ନବକିଶୋର ସାହୁଙ୍କ ରିପୋର୍ଟ

  • ରାଜଧାନୀରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

    ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ। ମୃତ ଛାତ୍ର ଜଣଙ୍କ ହେଲେ ପାରିକୁଦ ଅଞ୍ଚଳର ଜ୍ୟୋତି ପ୍ରକାଶ ପଲେଇ। ଇନଫୋଭ୍ୟାଲି ଥାନା ଅଧୀନ ଏକ ଘରୋଇ କଲେଜରେ ପଢ଼ୁଥିବା ଜ୍ୟୋତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ ।

    ପାରିକୁଦ ଅଞ୍ଚଳର ଜ୍ୟୋତିପ୍ରକାଶ ପଲେଇ ଇନଫୋଭ୍ୟାଲି ଥାନା ଅଧୀନରେ ଏକ ଘରୋଇ କଲେଜରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର ଥିଲେ ପଢୁଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ଖାଇବା ଲାଗି ଜ୍ୟୋତିଙ୍କ ରୁମରେ ରହୁଥିବା ସାଙ୍ଗ ବାହାରକୁ ଯାଇଥିଲେ। ଏହି ସମୟରେ ଜ୍ୟୋତି ଫ୍ୟାନରେ ରଶି ଲଗେଇ ଝୁଲିଯାଇଥିଲେ।

    ତାଙ୍କ ସାଙ୍ଗ ରୁମକୁ ଫେରି ଦେଖିବାକୁ ପାଇଥିଲେ  ଜ୍ୟୋତିଙ୍କୁ ଝୁଲନ୍ତା ଅବସ୍ଥାରେ।

    ଏହା ଦେଖି ସାଙ୍ଗ ଭୟଭୀତ ହୋଇଯାଇଥିଲେ ଓ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟକୁ ଖବର ଦେଇଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦିଆଯାଇଥିଲା।

    ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ସାଇଣ୍ଟିଫିକ ଟିମ ଜରିଆରେ ଘଟଣାର ଖୋଳତାଡ ଆରମ୍ଭ କରିଛି ।

  • ପୂଜା ପୂର୍ବରୁ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିବ ଖୁସି ଖବର!

    ଭୁବନେଶ୍ବର: ପୂଜା ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର । ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସଫଳ ହୋଇଥିବା ସୂଚନା। ତେଣୁ ଆଗାମୀ ୧୫ ଦିନ ଭିତରେ ସରକାର ଏହାର ସମାଧାନ କରିବା ଆଶା କରାଯାଉଛି।

     ୪୨ ଟି ବିଭାଗର ୭୦ ହଜାର  ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ସେମାନଙ୍କ ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ନେଇ କରିଥିଲେ ଦାବି। ଫଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଏହାକୁ ନେଇ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ସରକାରଙ୍କ ପକ୍ଷରୁ ହୋଇଥିଲା ଆଲୋଚନା। ଆଲୋଚନା ସଫଳ ହୋଇଥିବା ସୂଚନା ମିଳିବା ପରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଦେଖାଦେଇଛି ଖୁସି।

    ପୂଜା ପୂର୍ବରୁ ଭଲ ଖବର ମିଳିବା ନେଇ ମହାସଂଘ ଆଶା ରଖିଛି। ଯଦି ପୂର୍ବପରି ସରକାରଙ୍କ ପ୍ରତିଶ୍ରୁତି ପାଣିର ଗାର ସାବ୍ୟସ୍ତ ହୁଏ ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ କହିଛି।

  • ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚର ବାର୍ଷିକ ଦିବସ

    ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଫର୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ITRESEARCH) ଏହାର ବାର୍ଷିକ ଦିବସ 2022 ପାଳନ କରିଛି। ଭୁବନେଶ୍ୱର (କେନ୍ଦ୍ରୀୟ) ବିଧାୟକ ଅନନ୍ତ ନାରାୟଣ ଜେନା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଯୁବ ଅନୁସନ୍ଧାନକାରୀ ତଥା ସମାଜର ବିକାଶରେ ଅନୁସନ୍ଧାନ ଏବଂ ବିକାଶର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ଇଞ୍ଜିନିୟରିଂ ଏବଂ ବିଜ୍ଞାନ ଅନୁସନ୍ଧାନ ପାଇଁ ଓଡିଶା ସରକାର ଯୋଗାଇଥିବା ଭିତ୍ତିଭୂମି ବିଷୟରେ ସେ ସଂକ୍ଷେପରେ ଆଲୋଚନା କରିଥିଲେ।

    ବିଧାୟକ ଜେନା ଓଡିଶାର ଯୁବ ଉଦ୍ୟୋଗୀମାନଙ୍କୁ ଅଧିକ ଉଦ୍ୟୋଗ ଆରମ୍ଭ କରିବାକୁ ଆହ୍ୱାନ କରିଛନ୍ତି ଯାହା ରାଜ୍ୟର ଅର୍ଥନୀତିରେ ସହାୟକ ହେବ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପରେ, ସେ ଯଥାକ୍ରମେ ଶ୍ରେଷ୍ଠ କର୍ମଚାରୀ 2022, ଷ୍ଟାର୍ କର୍ମଚାରୀ 2022 ଏବଂ ସର୍ବୋତ୍ତମ ନେତୃତ୍ୱ 2022 ପୁରସ୍କାର ପ୍ରଦାନ କରିଥିଲେ | ଏହି ଅବସରରେ, ITRESEARCH ର ନୂତନ କର୍ମଚାରୀମାନଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସମ୍ମାନିତ କରାଯାଇଥିଲା |

    ବିଜନ କୁମାର ବାରିକ, ନିର୍ଦେଶକ, ITRESEARCH, Covid-19 ମହାମାରୀର କଷ୍ଟ ସମୟରେ ସେମାନଙ୍କ ସମର୍ଥନ ବିସ୍ତାର କରିଥିବାରୁ କମ୍ପାନୀ ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଇନଷ୍ଟିଚ୍ୟୁଟ୍ ଅଫ୍ ରିସର୍ଚ୍ଚ ଆଣ୍ଡ ଜର୍ଣ୍ଣାଲ୍ (IRAJ) ସହିତ ମିଳିତ ଭାବରେ ITRESEARCH ଦ୍ୱାରା ନିଆ ଯାଇଥିବା ଅନେକ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ ଏବଂ ପରେ ଓଡିଶାକୁ ବିଜ୍ଞାନ ଅନୁସନ୍ଧାନ ଷୟିକ କ୍ଷେତ୍ରରେ ଏକ ନୂତନ ଉଚ୍ଚତାକୁ ନେବାକୁ ଆହ୍ୱାନ ଦେଇଥିଲେ।

  • ୨୪ ଘଣ୍ଟାରେ ୩ ମୃତଦେହ ରାଜଧାନୀରୁ ଉଦ୍ଧାର

    ଭୁବନେଶ୍ବର: ଏୟାରଫିଲ୍ଡ ଅଧୀନ ଜାମୁକୋଳି ଅଞ୍ଚଳରେ ଥିବା ନର୍ସିଙ୍ଗ କଲେଜରୁ ନର୍ସିଙ୍ଗ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ପୋଲିସ ହାତରେ ସୁଇସାଇଡ ନୋଟ । ନୋଟରେ କ୍ଷମା ମାଗିବା ସହ କାହାର କୌଣସି ଭୁଲ ନଥିବା ଉଲ୍ଲେଖ କରିଛନ୍ତି ନର୍ସିଙ୍ଗ ଛାତ୍ରୀ କୁନି । ସେପଟେ ବଡିକୁ  ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଅନ୍ୟପଟେ ଗୋଟିଏ ଦିନରେ ରାଜଧାନୀରୁ ଉଦ୍ଧାର ହୋଇଛି ଆଉ ଦୁଇଟି ମୃତଦେହ ।

    ଗୋଟିଏ ଦିନରେ ୩ ମୃତଦେହ ଉଦ୍ଧାର କଲା କମିଶନରେଟ ପୋଲିସ ନନ୍ଦନକାନନ ଥାନା ଅନ୍ତର୍ଗତ କଲଝରି ରେଲୱେ ଷ୍ଟେସନ ପାଖରୁ ଜଣେ ଯୁବକଙ୍କ  ମୃତଦେହ ଉଦ୍ଧାର ହୋଇଛି । ଏହା ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ । ସେହିପରି ଭରତପୁର ଥାନା ଅଞ୍ଚଳର କଳିଙ୍ଗନଗର  କେ ସେଭେନ ର ଭଡା ଘରୁ ମିସ୍ତ୍ରୀ କାମ କରୁଥିବା ଜଣେ ୨୭ ବର୍ଷୀୟ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଚଳାଇଛନ୍ତି ।

    ଏୟାରଫିଲଡ଼ ଥାନା ଅଧୀନରେ ଥିବା ଜାମୁକୋଳି ଅଞ୍ଚଳର ଏକ ଘରୋଇ ନର୍ସିଙ୍ଗ କଲେଜରୁ ଉଦ୍ଧାର ହୋଇଛି ଛାତ୍ରୀଙ୍କ ମୃତଦେହ। ମୃତଛାତ୍ରୀ କୁନି କଅଁର। ଘର ବଲାଙ୍ଗୀର ଜିଲ୍ଲାରେ । 2021 ମସିହାରେ ନର୍ସିଙ୍ଗରେ ନାମ ଲେଖାଇ ଏହି ଘରୋଇ କଲେଜରେ ପଢୁଥିଲେ । କୌଣସି କାରଣକୁ ନେଇ କୁନି  ସବୁବେଳେ  ଚିନ୍ତାଗ୍ରସ୍ତ ରହୁଥିବା ନେଇ  କଲେଜ କର୍ତୃପକ୍ଷ କହିଛନ୍ତି। ସେପଟେ କୁନିର ଏଭଳି ଅବସ୍ଥା ଦେଖି ଭାଂଗିପଡିଛନ୍ତି ପରିବାର ଲୋକେ ।ପୋଲିସ ଉପରେ ଭରଷା କରି ନ୍ୟାୟ ଭିକ୍ଷା କରିଛନ୍ତି ।

    କୁନିଙ୍କ ହାତଲେଖା ଏକ ଖାତା ମିଳିଥିବା ବେଳେ ତାଙ୍କ ମୃତ୍ୟୁ ସହ କାହାର ସମ୍ପର୍କ ନାହିଁ ଓ ଏଥିପାଇଁ କାହାକୁ ଦାୟୀ କରି କଷ୍ଟ ଦେବାକୁ ଚାହୁଁ ନ ଥିବା ଖାତାରେ ଉଲ୍ଲେଖ କରିଛନ୍ତି ନର୍ସିଙ୍ଗ ଛାତ୍ରୀ କୁନି । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି। ହାତ ଲେଖା କୁନିଙ୍କର କି ନୁହେଁ ସେ ନେଇ ଯାଞ୍ଚ କରାଯାଉଛି ଓ ମୃତ୍ୟୁ ର କାରଣ ପ୍ରାୟ ସ୍ପଷ୍ଟ ହୋଇଛି।  ଯାହା ରହିଛି ତାହା ଯଥାଶୀଘ୍ର ସ୍ପଷ୍ଟ ହେବ ।

    ତେବେ ୨୪ ଘଣ୍ଟା ଭିତରେ ତିନୋଟି ଆତ୍ମହତ୍ୟା ଖବର ସମସ୍ତଙ୍କୁ ବିଚଳିତ କରିଛି। କାହିଁକି  ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢି! କାହିଁକି ନେଉଛନ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତି..? ଏହାର କାରଣ, ନିରାକରଣ, ପୋଲିସ ର ତଦନ୍ତ ଓ ଏହାକୁ ମୁକାବିଲା ପାଇଁ କମିଶନରେଟ ପୋଲିସ ତରଫରୁ କରାଯାଇଥିବା କର୍ମଶାଳା ଓ  ଏଥିରୁ ଅଧ୍ୟୟନ କରିଥିବା ତଦନ୍ତକାରୀ ଅଫିସର କେତେଦୂର ଉପଯୋଗ କରୁଛନ୍ତି ତାହାରି ଉପରେ ନଜର ।

    ସିମ୍ପୁଲ ନାୟକଙ୍କ ରିପୋର୍ଟ

  • ରାଜଧାନୀରେ ପୁଣି ଛାତ୍ରୀଙ୍କ ଆତ୍ମହତ୍ୟା

    ଭୁବନେଶ୍ବର: ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା। ମୃତକ ଜଣେ ନର୍ସିଂ ଛାତ୍ରୀ ଥିଲେ। ସେ ଏୟାର ଫିଲ୍ଡ ଥାନା ଅଧୀନରେ ରୁଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ କାରଣ ଅସ୍ପଷ୍ଟ ରହିଛି।

    ରାଜଧାନୀର ଏୟାର ଫିଲ୍ଡ ଥାନା ଅଧୀନ ଜାମୁକୋଳି ଅଞ୍ଚଳରେ ଛାତ୍ରୀ ଜଣଙ୍କ ରହୁଥିଲେ। ରବିବାର ଦିନ ସେ ଆତ୍ମହତ୍ୟା କରିଦେଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ପଚରାଉଚରା କରୁଛି। ତେବେ କିପରି ଓ କାହିଁକି ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡି ନାହିଁ।

Back to top button