ଚାରା ଲଗାଇ ଗିନିଜ ଓ୍ୱାର୍ଲ୍ଡ ରେକର୍ଡ

ଜୁଲାଇ ୧୪ରେ ଇନ୍ଦୋର କରିବ ନୂଆ କୀର୍ତ୍ତିମାନ। ଦିନକ ଭିତରେ ୧୧ ଲକ୍ଷ ଚାରା ରୋପଣ କରି ଗିନିଜ ଓ୍ୱାର୍ଲଡ ରେକର୍ଡ କରିବାକୁ ଯାଉଛି ଇନ୍ଦୋର। ଗୋଟିଏ ଗଛ ମାଆଙ୍କ ନାଁରେ ଆହ୍ୱାନ ଦେଇଥିବା ପ୍ରଧାନମନ୍ତ୍ରୀଙ୍କ କଥାକୁ ଅନୁପାଳନ ସ୍ୱରୂପ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସମସ୍ତଙ୍କୁ ବାର୍ତ୍ତା ଦେଇଛନ୍ତି। ଦେଶର ସ୍ୱଛ ସହର ଇନ୍ଦୋର ସର୍ବାଧିକ ବୃକ୍ଷରୋପଣ ନାଁରେ ନୂଆ କୀର୍ତ୍ତି ରଚିବାକୁ ଯାଉଛି। ଏହି ମେଗା ବୃକ୍ଷରୋପଣରେ ଗୃହ ମନ୍ତ୍ରୀ ଅମିତ ଶାହା ବି ସାମିଲ୍ ହେବେ। ରବିବାର ସକାଳ ୬ଟାରୁ ଆରମ୍ଭ ହେବ ବୃକ୍ଷରୋପଣ କାର୍ଯ୍ୟକ୍ରମ। ୧୨ ଘଣ୍ଟା ଭିତରେ ଏହି ଅଭିଯାନ ସରିବ। ବିଏସଏଫର ରେବତୀ ସୁଟିଂ ରେଞ୍ଜ କ୍ୟାମ୍ପସରେ ଏହି ମେଗା ବୃକ୍ଷରୋପଣ ହେବ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷ ସ୍ୱେଛାକୃତ ଭାବେ ୨୦ କୋଟି ଟଙ୍କାର ଚାରା ସରକାରଙ୍କୁ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *