ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଓବାଦୀମାନେ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଛନ୍ତି । ଏହା ପୂର୍ବରୁ ସପ୍ତାହକ ତଳେ ନାବାଳକଙ୍କ ୧୯ ବର୍ଷିୟ ଭାଇଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ । ସ୍ଥାନୀୟଲୋକଙ୍କ ମନରେ ସେମାନଙ୍କ ପ୍ରତି ଭୟ ସୃଷ୍ଟି କରିବା ପାଇଁ ମାଓବାଦୀମାନେ ଏପରି କରିଛନ୍ତି । ଛତିଶଗଡର ପୂଭାର୍ତ୍ତୀ ଗାଁ ଏହି ଘଟଣା ଘଟିଛି । ୧୬ ବର୍ଷର ଦଶମ ଶ୍ରେଣୀ ଛାତ୍ର ସ୍ୱୟମ ଶଙ୍କରକୁ ମାଓବାଦୀମାନେ ହତ୍ୟା କରିଥିବା ସୁକମା ଏସ୍ପି ପ୍ରକାଶ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now