ମୁମ୍ୱାଇରେ ଭୁଶୁଡ଼ିଲା ତିନି ମହଲା ବିଲ୍ଡିଂ: ଅନେକ ଲୋକେ ଚାପି ହୋଇଥିବା ଆଶଙ୍କା

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ସ୍ଥିତି ବେହାଲ୍‌ । ମୁମ୍ବାଇର ଶାହବାଜ ଗାଁରେ ଏକ ତିନି ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ବହୁ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଦୁଇଜଣଙ୍କୁ ଭଗ୍ନାବଶେଷ ତଳୁ ଜୀବନ୍ତ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଏନଡିଆରଏଫ, ପୋଲିସ ଏବଂ ଅଗ୍ନିଶମ ଟିମ୍ ର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ମୁତାବକ, ମହାରାଷ୍ଟ୍ରର ମୁମ୍ବାଇ ସେକ୍ଟର ୧୯, ଶାହବାଜରେ ଏକ ୩ ମହଲା ବିଲଡିଂ ଭୁଶୁଡ଼ି ପଡ଼ିଛି । ପ୍ରବଳ ବର୍ଷା ପରେ ନଭୀ ମୁମ୍ବାଇର ଶାହବାଜ ଗ୍ରାମରେ ନିର୍ମିତ ହୋଇଥିବା ପ୍ଲସ ୩ ମହଲା ବିଲଡିଂ ଅଚାନକ ଭୁଶୁଡ଼ି ପଡ଼ିଥିଲା । ସେହି ବିଲଡିଂରେ ୨୪ଟି ପରିବାର ରହୁଥିବା ସୂଚନା ରହିଛି। ତେବେ ବିଲିଡିଂ ଭୁଶୁଡିବା ଯୋଗୁଁ ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ହୋଇ ରହିଥିବା ନେଇ ଆଶଙ୍କା କରାଯାଉଛି। ତେବେ ସମସ୍ତେ ଶୋଇଥିବା ବେଳେ ଏଭଳି ଘଟଣା ଘଟିଥିବା ଯୋଗୁଁ ଅନେକ ଚାପି ହୋଇଥିବା ଆଶଙ୍କା କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *