ଲାଲକିଲ୍ଲାରେ ୭୮ ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦ୍ୱିତୀୟ ଧାଡ଼ିର ଶେଷ ସିଟ୍ ଦେବାକୁ ନେଇ ପ୍ରଶ୍ନ କଲା କଂଗ୍ରେସ। ବିରୋଧୀ ଦଳ ନେତାଙ୍କୁ ସାମ୍ନାରେ ସିଟ୍ ଦିଆଯାଇଥାଏ। ସେପଟେ କିନ୍ତୁ ବିଜେପି କହିଛି, ସାମ୍ନା ଧାଡ଼ି ଅଲମ୍ପିକ୍ସ ପଦକଧାରୀଙ୍କୁ ବସିବାକୁ ଦିଆଯାଇଥିଲା। କିନ୍ତୁ ସାମ୍ନା ଧାଡ଼ିରେ ଅଲମ୍ପିକ୍ସ ପଦକଧାରୀ ମନୁ ଭାକର, ସରବଜୋତ ସିଂ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହମନ୍ତ୍ରୀ ଅମିତ ଶାହା, କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବସିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now