ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳିବିନିମୟ: ଜଣେ ଯବାନ ସହିଦ, ୪ ଗୁରୁତର

ପୁଣିଥରେ ଜାମୁ-କାଶ୍ମୀର କୁପୱାଡ଼ା ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାବାହିନୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନକାଉଣ୍ଟରରେ ଜଣେ ଯବାନ ସହିଦ, ୪ଜଣ ଗୁରୁତର ହୋଇଛନ୍ତି । ଆହାତ ଯବାନମାନଙ୍କୁ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା କୁପୱାଡ଼ା ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି ରହିଛି ଥିବା ସୂଚନା।ଗତ କିଛି ସପ୍ତାହ ଧରି ଜାମ୍ମୁ କାଶ୍ମୀରର କିଛି ଜିଲ୍ଲାରେ ପ୍ରାୟ ପ୍ରତ୍ୟେକ ଦିନ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟ ଗୁଳିବିନିମୟ ଚାଲିଛି। ସୂଚନା ଅନୁଯାୟୀ, କୁପୱାଡ଼ାର କୁମକରୀ ଅଞ୍ଚଳରେ ୮ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ପୋଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଡ୍ରୋନ୍ ଏବଂ ହେଲିକପ୍ଟର ଯୋଗେ ଅଞ୍ଚଳର ପ୍ରତ୍ୟେକ କୋଣ ଅନୁକୋଣରେ ଛାନଭିନ୍ ଜାରି ରଖିଥିଲେ ସୁରକ୍ଷାବାହିନୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *