ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ, ୩୦ରୁ ଅଧିକ ଲୋକ ନିଖୋଜ

ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ । ରାମପୁର ସମେଜ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇଛନ୍ତି । କୁଲୁ, ମଣ୍ଡି ଏବଂ ରାମପୁରରେ ବାଦଲ ଫଟା ବର୍ଷାରେ ପ୍ରଳୟ ସୃଷ୍ଟି ହୋଇଛି । ପ୍ରବଳ  ବର୍ଷାରେ ଅନେକ ଘର ଧୋଇ ହୋଇ ଯାଇଛି । ସେପଟେ କୁଲୁ ପାର୍ବତି ନଦୀ କୂଳରେ ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଚିତ୍ର ସାମ୍ନାକୁ ଆସିଛି । ସେପଟେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି । କେଦାରନାଥକୁ ଯାଉଥିବା ମୁଖ୍ୟ ରାସ୍ତାର ୩୦ କିଲୋମିଟର ମନ୍ଦାକିନୀ ନଦୀର ବନ୍ୟା ପାଣିରେ ଧୋଇ ହୋଇଯାଇଛି । ହଠାତ ବନ୍ୟା ଆସିବାରୁ ୨୦୦ରୁ ଅଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି । ବର୍ତମାନ ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି । ସେପଟେ ଫସି ରହିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଏସଡିଆରଏଫ ନିୟୋଜିତ ହୋଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *