ଗୋଟିଏ ପାନର ଦାମ ୨୦ ହଜାର

ଗୋଟିଏ ପାନ ର ଦାମ ୨୦ ହଜାର ଟଙ୍କା। ଆଉ ଯାହାକି ବିଶ୍ବାସ ନ ହେଲେ ବି ସତ । କଳାହାଣ୍ଡି ସୀମାକୁ ଲାଗିଥିବା ପଡୋଶୀ ରାଜ୍ୟ ଛତିଶଗଡର ଗରିଆବନ୍ଦ ସହରରେ ରହିଛି ଏମିତି ଏକ ପାନ ଦେକାନ ଯେଉଁଠାରେ କି ମିଳିଥାଏ ୫ ଶହରୁ ଉର୍ଦ୍ଧ୍ବ ରକମର ପାନ । ଆଉ ଏହାର ମାଲିକ ହେଲେ ଜୀବନଲାଲ ଦେବାଙ୍ଗନ । ଆଜକୁ ୫୦ ବର୍ଷ ତଳେ ଖୋଲିଥିଲେ ଏକ ଛୋଟିଆ ପାନ ଦୋକାନ । ଆଉ ସେ ପାନ ତିଆରି କରୁ କରୁ ପରବର୍ତି ସମୟରେ ଆରମ୍ଭ କଲେ ବିଭିନ୍ନ ପ୍ରକାରର ଡିଜାଇନ୍ ପାନ । ଯାହାକି ବର୍ତମାନ ସେ ୫ ଶହ ରୁ ଉର୍ଦ୍ଧ୍ବ ଡିଜାଇନ ର ପାନ ତିଆରି କରି ଗ୍ରାହକ ମାନଙ୍କୁ ଖୁସ କରିଦିଅନ୍ତି । ତାଙ୍କ ଦେକାନରେ କୋଡିଏ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୨୦ହଜାର ଟଙ୍କାର ବିଭିନ୍ନ ପ୍ରକାରର ପାନ ରହିଛି । ଜୀବନଲାଲଙ୍କ ଏହି ସଫଲତା ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ, ଗ୍ରୀନିଜ ନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ, ଲିମକା ବୁକ ଅଫ ରେକର୍ଡରେ ସ୍ଥାନିତ ହୋଇଛନ୍ତି । ଏହା ଛଡା ସେ ବିଭିନ୍ନ ଜାତୀୟ ଟିଭିର ରିଆଲିଟି ସୋ ମାନଙ୍କରେ ମଧ୍ୟ ଅଂଶଗ୍ରହଣ କରି ଦେଖାଇଛନ୍ତି ତାଙ୍କର ଜଲୱା। ସେ ତିଆରି କରୁଥ‌ିବା ପାନ ମଧ୍ୟରେ ଆଇ ଲଭ ୟୁ ପାନ ବହୁତ ପ୍ରସିଦ୍ଧ ହୋଇଥିବା ବେଳେ ପଦ୍ମ ଫୁଲ ପାଖୁଡା ଆକୃତିର ପାନ ମଧ୍ୟ ବେଶ ଆକର୍ଷଣୀୟ ହୋଇଥାଏ । ସେ ଫିଲ୍ମ ଦୁନିଆର ବାଦସାହା ଅମିତାଭ ବଚନଙ୍କ ପୁଅ ଅଭିଷେକ ବଚନ ଏବଂ ଐଶ୍ଚର୍ଯ୍ୟା ରାୟ ବଚନଙ୍କ ବାହା ଘର ସମୟରେ ମଧ୍ୟ ସେଠାକୁ ନିମନ୍ତ୍ରଣରେ ଯାଇ ପାନ ଭାଙ୍ଗିଥିବା ପ୍ରକାଶ କରନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *