ତାମିଲନାଡୁରେ ମଦ ମୃତ୍ୟୁ ଅଭିଯୋଗ : ଗଲାଣି ୨୯ ଜୀବନ

Spread the love

ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ। କଲ୍ଲାକୁରିଚିରେ ବଷାକ୍ତ ମଦ ପିଇ ୨୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କଲ୍ଲାକୁରିଚି ଜିଲ୍ଲାପାଳ । ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ଘଟଣାରେ ମଦ ବିକ୍ରେତା ଗିରଫ ହୋଇଥିବା ବେଳେ ୨୦୦ ଲିଟରରୁ ଅଧିକ ମଦ ଜବତ କରାଯାଇଛି । ତେବେ ଗୁରୁତରଙ୍କ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ କରାଯାଇଛି । ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏମ୍, କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । କେଉଁ କାରଣ ପାଇଁ ଏପରି ବିଷାକ୍ତ ମଦ ବଜାରକୁ ଆସିଲା ଏବଂ ଏହାକୁ ରୋକିବା ପାଇଁ ନିୟୋଜିତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଷ୍ଟାଲିନ୍ ଏକ୍ସରେ କହିଛନ୍ତି । ଜବତ ହୋଇଥିବା ମଦରେ ‘ମିଥାନୋଲ’ର ମିଶ୍ରଣ ରହିଥିବା ଅଭିଯୋଗ ରହିଛି । ସରକାରଙ୍କ ସୂଚନା ଅନୁଯାୟୀ, ଏହାକୁ ପିଇବା ପରେ ପୀଡ଼ିତାମାନେ ପ୍ରଥମେ ବାନ୍ତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ ।

Leave a Reply

Your email address will not be published. Required fields are marked *