ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି ଡିପଥେରିଆ । ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜଣେ ଡିପଥେରିଆ ରୋଗୀର ମୃତ୍ୟୁ ହୋଇଥିବା ସୂଚନା। ମୃତକ କୋରାପୁର ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି ଜଣାପଡିଛି । ଦୁଇ ତିନି ଦିନ ପୂର୍ବରୁ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ ନାବାଳକ। ତେବେ ଗଳାରେ ଅଧିକ ଇଂଫେକ୍ସନ ହୋଇଥିବା ଯୋଗୁଁ ମୃତ୍ୟୁ ହୋଇଛି। ବ୍ରହ୍ମପୁର ଏମକେସିଜିରେ ସର୍ବମୋଟ ୪ଜଣ ଡିପଥେରିଆ ରୋଗୀ ରହିଥିବାବେଳେ, ଏବେ ଆଉ ୩ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ସେପଟେ ଡିପଥେରିଆ ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାୟଗଡ଼ା କାଶୀପୁରରେ ବୁଷ୍ଟର ଡୋଜ ଦିଆଯାଉଛି । ଏକ ବର୍ଷ ବୟସ କିମ୍ବା ତାଠାରୁ କମ ବୟସର ଶିଶୁଙ୍କୁ ପେଂଟା ଡୋଜ ଦିଆଯାଉଥିବା ବେଳେ ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯାଉଛି । ସର୍ଭିଲାନ୍ସ ସରିବା ପରେ ସଂକ୍ରମଣ ବ୍ୟାପିଥିବା ଅନ୍ୟ ଅଂଚଳରେ ବୁଷ୍ଟର ଡୋଜ ଦିଆଯିବ । ଡିପଥେରିଆ ମୁକାବିଲା ପାଇଁ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଂଟି ବାୟୋଟିକ୍ ଦିଆଯାଇଛି । ଆଗକୁ ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରିରେ ସର୍ଭିଲାନ୍ସ କରାଯିବ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now