ସୁପ୍ରିମକୋର୍ଟରୁ ଜାମିନ୍..ହାଇକୋର୍ଟକୁ କେମିତି ହତୋତ୍ସାହିତ କରିବ?

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଜାମିନ ଆବେଦନର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। କିନ୍ତୁ ଶୁଣାଣୀ ବେଳେ ସିବିଆଇକୁ ବି କହିଛନ୍ତି ଯେ, ଜାମିନ ମଞ୍ଜୁର କଲେ ଏହା ହାଇକୋର୍ଟଙ୍କୁ ଡିମୋରାଇଲାଇଜ୍, ନିରୁତ୍ସାହିତ ବା ଦ୍ୱନ୍ଦ୍ୱ କରୁଛି ବୋଲି କୁହନି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଉଜ୍ୱଳ ଭୂୟାଁ ଦିନତମାମ ଏହି ମାମଲାକୁ ଶୁଣିଥିଲେ। ଅଗଷ୍ଟ ୫ରେ ଦିଲ୍ଲୀ ହାଇକୋର୍ଟ କେଜ୍ରିଓ୍ୱାଲଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ସିବିଆଇର ଗିରଫକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ କେଜ୍ରିଓ୍ୱାଲ। ଯଦିଓ ତଳକୋର୍ଟକୁ ଯାଇପାରିବେ ବୋଲି ସ୍ୱାଧୀନତା ଦେଇଥିଲେ। ଜୁନ୍ ୨୬, ୨୦୨୪ରେ କେଜ୍ରିଓ୍ୱାଲଙ୍କୁ ଗିରଫ କରିଥିଲା ସିବିଆଇ। ଯେତେବେଳେ ଇଡି କଷ୍ଟଡ଼ିରେ ମଦ ଦୁର୍ନୀତି ମାମଲାରେ ଥିଲେ କେଜ୍ରିଓ୍ୱାଲ। ଜୁଲାଇ ୧୨ରେ ମନି ଲଣ୍ଡରିଂ ମାମଲାରେ ଅନ୍ତରୀଣ ଜାମିନ୍ ପାଇଥିଲେ ସୁପ୍ରିମକୋର୍ଟରୁ। ସିବିଆଇ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ କହିଥିଲେ, ସିବିଆଇ ଦ୍ୱାରା ଗିରଫ କେଜ୍ରିଓ୍ୱାଲଙ୍କୁ ଜାମିନ୍ ଦେଲେ ଏହା ହାଇକୋର୍ଟଙ୍କୁ ଡିମୋରାଇଲାଇଜ୍ କରିବ। ଜଷ୍ଟିସ ଭୂୟାଁ ସିବିଆଇର ଏଭଳି ଯୁକ୍ତିରେ ଅସହମତ ହୋଇ କହିଥିଲେ, ଏଭଳି କୁହନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *