ପାକିସ୍ତାନର କରାଚି ବିମାନବନ୍ଦରରେ ଭୟଙ୍କର ବିସ୍ଫୋରଣ। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର ସବୁଠୁ ବଡ଼ ବିମାନବନ୍ଦର ବାହାରେ ଏକ ଟ୍ୟାଙ୍କର ବିସ୍ଫୋରଣ ହୋଇଥିଲା । ପାକର ପ୍ରାଦେଶିକ ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ଆକ୍ରମଣ ବିଦେଶୀ ମାନଙ୍କୁ ଟାର୍ଗଟେ କରି କରାଯାଇଛି । ଚୀନ୍ ନାଗରିକଙ୍କ ଉପରେ ଏହି ଆକ୍ରମଣ କରାଯାଇଛି । ପାକିସ୍ତାନରେ ହଜାର ହଜାର ଚାଇନିଜ କର୍ମଚାରୀ ଅଛନ୍ତି । ବିସ୍ଫୋରଣ ପରେ ସାମ୍ନାକୁ ଆସିଥିବା ଭିଡିଓରେ ଏକ କାର ଜଳୁଥିବା ଦେଖିବାକୁ ମିଳିଛି । ବିମାନବନ୍ଦର ବାହାରେ ଧୂଆଁମୟ ହୋଇଯାଇଛି । ବିସ୍ଫୋରଣ ପ୍ରକୃତ କାରଣ ଜଣାପଡିନି । ତେବେ ଆହତ ମାନଙ୍କ ମଧ୍ୟରେ ପୋଲିସ କର୍ମୀ ରହିଛନ୍ତି । ବିସ୍ଫୋରଣ ତେଲ ଟ୍ୟାଙ୍କରରେ ହୋଇଛି । ବିସ୍ଫୋରଣର ପ୍ରକୃତ କାରଣ ଜଣାପଡିନାହିଁ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now