ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ ପୋଲିସ ହ୍ବାଟସଆପରେ ଏହିପରି ଧମକ ମିଳିଥିବା ଜଣାପଡ଼ିଛି । ମେସେଜ ପଠାଇଥିବା ବ୍ୟକ୍ତି ୫ କୋଟି ଟଙ୍କା ଦାବି କରିଛି। ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଗ୍ୟାଙ୍ଗଷ୍ଟାର ଲରେନ୍ସର ସମ୍ପର୍କୀୟ ବୋଲି ଦାବି କରିଛି। ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ବାବା ସିଦ୍ଦିକିଙ୍କ ଠାରୁ ବି ତାଙ୍କ ଅବସ୍ଥା ଖରାପ ହେବ। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅତି ନିକଟତର ବୋଲି କହିଛି। ତେବେ କିଏ ଓ କେଉଁଠୁ ଏ ମେସେଜ ପଠାଇଛି ସେ ନେଇ ତଦନ୍ତ କରୁଛି ମୁମ୍ବାଇ ପୋଲିସ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *