ଯାତ୍ରା ଦେଖିବା ପଡିଲା କାଳ

Spread the love

ଢେଙ୍କାନାଳ: ଯାତ୍ରା ଦେଖିବାକୁ ଯାଇଥିବା ବାଳକ କୂଅରେ ପଡି ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅଧୀନ ସରଦେଇପୁର ଗ୍ରାମରେ । ମୃତ ବାଳକ ତାଙ୍କ ମାମୁଁ ଘର ଗ୍ରାମକୁ ଯାତ୍ରା ଦେଖି ଯାଇଥିବାବେଳେ ଘଟିଥିଲା ଏ ଅଘଟଣ । ମୃତ ବାଳକ ଜଣକ ହେଇଛନ୍ତି ଶୁଭମ ।

ସୂଚନା ଅନୁଯାୟୀ, ଶୁଭମ କାଲି ନିଜ ମାମୁଁଘର ଗ୍ରାମକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରା ମଝିରେ ଶୁଭମ ପରିସ୍ରା କରିବାକୁ ଆସି ଅସାବଧାନତା ଯୋଗୁ କୂଅରେ ପଡିଯାଇଥିଲେ । ସେ ଫେରିନଥିବାର ଦେଖି ବିଳମ୍ବିତ ରାତିରେ ଲୋକ ବହୁତ ଖୋଜା ଖୋଜି କଲେ ।  ପରେ ସେମାନେ ଶୁଭମକୁ କୂଅ ଭିତରେ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଭମର ମୃତ ଶରୀରକୁ କୂଅ ଭିତରୁ ବାହାରକୁ ବାହାର କରାଯାଇଥିଲା । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଡାକ୍ତରଖାନା ପଠାଇଥିଲା ।

ଶୁଭମ ମୃତ୍ୟୁ ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଠି ହୋଇଛି ।

Leave a Reply

Your email address will not be published. Required fields are marked *