ଡେଙ୍ଗୁ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କାୟା ମେଲାଇବାରେ ଲାଗିଛି ଡେଙ୍ଗୁ। ଏହାକୁ ନିରାକରଣ ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଡେଙ୍ଗୁ ମୁକାବିଲା ଲାଗି ରାଜ୍ୟଗୁଡ଼ିକ ଆବଶ୍ୟକୀୟ ପ୍ରସ୍ତୁତି କଲେଣି କି ନାହିଁ। ତାକୁ ନେଇ ସମୀକ୍ଷା କରିଛନ୍ତି ନଡ୍ଡା। ଇଣ୍ଟର ସେକ୍ଟରାଲ ମିଟିଂ ଜରୁରୀ। ପ୍ରୋଟୋକଲ ଅନୁପାଳନ ହେଉଛି କି ନାହିଁ,ତର୍ଜମା ଜରୁରୀ।  ନଗର ଉନ୍ନୟନ ଓ ଶିକ୍ଷା ବିଭାଗକୁ ସାଙ୍ଗରେ ନେଇ କେମିତି ସାମୂହିକ ଲଢ଼େଇ ହେବ, ରୋଡମ୍ୟାପ୍ ହେବ। ୧୧ ଓ ୧୨ ତାରିଖରେ ଅଧିକ ଡେଙ୍ଗୁ ପ୍ରଭାବିତ ରାଜ୍ୟ ସହ ଆଲୋଚନା କରିବେ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ମଶା ଦିନରେ କାମୁଡ଼ୁଛି। ସେଥିଲାଗି ସ୍କୁଲ ଯାଉଥିବା ପିଲାଙ୍କ ୟୁନିଫର୍ମ ଯେମିତି ଅଧିକ ଆବୃତ୍ତ କରିହେବ, ସେ ଦିଗରେ ଦୃଷ୍ଟି ଦିଆଯିବ। ଆବଶ୍ୟକୀୟ ସ୍ୱତନ୍ତ୍ର ଓ୍ୱାର୍ଡ ପ୍ରସ୍ତୁତି ସହ ହେଲପ ଲାଇନ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି ମନ୍ତ୍ରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *