ଜଲଦି କାମ ସାର। ମୁଁ ତୁମ ପାଦ ଧରିବି। ଜଣେ ଠିକାଦାରଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ପାଟଣାରେ ଥିବା ଜେପି ଗଙ୍ଗାରୁ କାଙ୍ଗନ ଘାଟ ଯାଏ ରାସ୍ତା କାମ ସାରିବାକୁ ଅନୁରୋଧ କରିଥିଲେ ନୀତିଶ। ଯଦି କହିବେ ମୁଁ ବି ଆପଣଙ୍କ ପାଦ ଧରିବି ବୋଲି ରାଗରେ କହିଥିଲେ ନୀତିଶ। ନୀତିଶଙ୍କ ଏଭଳି ରୂପ ଦେଖି ଉପସ୍ଥିତ ଥିବା ସମସ୍ତ ବଡ଼ ନେତା ଓ ଅଧିକାରୀ ଆଚମ୍ୱିତ ହୋଇଯାଇଥିଲେ। ଗାଇଘାଟରୁ କାଙ୍ଗନ ଘାଟ ଯାଏ ମେରାଇନ ଡ୍ରାଇଭର ଏକ୍ସଟେନସନ କାମର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଉଦଘାଟନ କରିବାକୁ ଯାଇଥିବା ମୁଖ୍ୟମନ୍ତ୍ରୀ ଆଗ କମ୍ପାନୀର ଠିକାଦାରଙ୍କୁ ପାଖକୁ ଡାକି ତାଙ୍କ ସହ ହାତ ମିଳାଇଥିଲେ। ଏହାକୁ ଦେଖି ଉପସ୍ଥିତ ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଓ ବାଚସ୍ପତି କିଶୋର ଯାଦବ ଚକିତ ହୋଇଯାଇଥିଲେ। ଆଉ ଯେତେବେଳେ ନୀତିଶ ଚୌକିରୁ ଉଠି ଠିକାଦାରଙ୍କ ପାଦ ଧରିବାକୁ ବାହାରିଥିଲେ, ସମସ୍ତେ ତାଜୁବ୍ ହୋଇଯାଇଥିଲେ। ଏହା ପରେ ମାଇକରେ ଧାର୍ଯ୍ୟ ସମୟରେ କାମ ସାରିବାକୁ ପ୍ରତିଶୃତି ଦେଇଥିଲେ ସଂପୃକ୍ତ ଠିକାଦାର। ଉପସ୍ଥିତ ଥିବା ଆଇଏଏସଙ୍କର ବି ନୀତିଶଙ୍କ ଏଭଳି ରୂପ ଦେଖି ହୋସ୍ ଉଡ଼ିଯାଇଥିଲା। ଗଲା ସପ୍ତାହରେ ବି ହାତ ଯୋଡ଼ିବା ସହ ଆବଶ୍ୟକ ହେଲେ ଗୋଡ଼ ଧରିବି ବୋଲି ଅତିରିକ୍ତ ମୁଖ୍ୟ ସଚିବଙ୍କ ଉଦ୍ଦେଶ୍ୟରେ କହିଥିଲେ ନୀତିଶ। କାମ କରିବାକୁ ଅନୁରୋଧ କରିଥିଲେ। ନିଯୁକ୍ତି ପତ୍ର ବଣ୍ଟନ ଉତ୍ସବରେ ଆଇଏଏସଙ୍କ ଉଦ୍ଦେଶ୍ୟରେ ଏଭଳି କହି ଚର୍ଚ୍ଚାକୁ ଆସିଥିଲେ ନୀତିଶ। ଏମିତିରେ ଜୁନ୍ ୧୮ରୁ ଆଜି ଯାଏ ୧୦ରୁ ଅଧିକ ପୋଲ ବିହାରରେ ଭୁଷୁଡ଼ିଲାଣି। ଯାହାକୁ ନେଇ ବିହାର ସରକାର ଟେନସନରେ। ଜୁଲାଇ ୫ରେ ୧୫ ଇଞ୍ଜିନିୟରଙ୍କୁ ନିଲମ୍ୱିତ କରିଛନ୍ତି ସରକାର। ଦୁଇଟି କନଷ୍ଟ୍ରକ୍ସନ କମ୍ପାନୀକୁ କାହିଁକି ବ୍ଲାକଲିଷ୍ଟ ହେବନି ବୋଲି କାରଣଦର୍ଶାଅ ନୋଟିସ ଜାରି ହୋଇସାରିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now