ଜାମୁ-କାଶ୍ମୀରରେ ଏନକାଉଣ୍ଟର : ୨ ଯବାନ ସହିଦ, ୬ ଆତଙ୍କବାଦୀ ନିପାତ

Spread the love

ଜାମୁ-କାଶ୍ମୀର କୁଲଗ୍ରାମରେ ଭରତୀୟ ସେନାକୁ ବଡ ସଫଳତା । ଗତକାଲିଠୁ ଚାଲିଥିବା ସର୍ଚ୍ଚ ଅପରେସନରେ ୬ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା ଏନକାଉଣ୍ଟରରେ ୨ଜଣ ଯବାନ ବି ସହିଦ ହୋଇଛନ୍ତି । ଏବେବି କୁଲଗ୍ରାମରେ ଚାଲିଛି ସର୍ଚ୍ଚ ଅପରେସନ୍ ।ତେବେ ଜାମୁ–କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଗତକାଲି ଖବର ମିଳିଥିଲା । ସୂଚନା ପାଇବା ପରେ ପୋଲିସ, ସେନା ଓ ସିଆରପିଏଫ୍ ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆକମ୍ଭ କରିଥିଲେ । କୁଲଗ୍ରାମ ଓ ଚିନିଗମ୍ ୨ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ଭାରତୀୟ ସେନା । ଆତଙ୍କବାଦୀ ଲୁଚିଥିବା ଦୁଇଟି ଘରକୁ ସିଲ କରିଦିଆଯାଇଥିଲା । ଏହା ପରେ ସୁରକ୍ଷା ବାହୀନି ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଯେଉଁଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ଆହତ ଯବାନ ସହିଦ ହୋଇଥିଲେ । ଏହାପରେ ସୁରକ୍ଷା ବଳ ପକ୍ଷରୁ ବି ଗୁଳିମାଡ ଆରମ୍ଭ ହୋଇଥିଲା । ଏହି ଏନକାଉଣ୍ଟର ପରେ କୁଲଗ୍ରାମରୁ ୨ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଚିନିଗମରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *