ପୁଣି ତାତିଲେ ଚାଷୀ । ଚାଷୀଙ୍କ ଦିଲ୍ଲୀ ଚଲୋ ଡାକରା। ରାଜରାସ୍ତାରେ ହଜାର ହଜାର ଚାଷୀ । ବିଭିନ୍ନ ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ସଂଯୁକ୍ତ କିଷାନ ମୋର୍ଚ୍ଚାଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ନୋଏଡାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତୀୟ କିଷାନ ପରିଷଦ, କିଷାନ ମଜଦୂର ମୋର୍ଚ୍ଚା, ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ସମେତ ଅନ୍ୟ ସଙ୍ଗଠନ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ନୂଆ ଆଇନ ଅନୁସାରେ କ୍ଷତିପୂରଣ ଦାବି କରିଛନ୍ତି। ସେପଟେ ସଂସଦର ଶୀତ ଅଧିବେଶନ ଚାଲିଥିବା ବେଳେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଚାଷୀ। ପୁରୁଣା ଜମି ଅଧିଗ୍ରହଣ ଅନୁଯାୟୀ ୬୪.୭ ପ୍ରତିଶତ ବର୍ଦ୍ଧିତ କ୍ଷତିପୂରଣ , ଭୂମିହୀନ କିଷାନଙ୍କ ପିଲାଙ୍କୁ ରୋଜଗାର ଓ ପୁର୍ନବାସ ଯୋଗାଇ ଦିଆଯିବ ଉଚିତ ବୋଲି ଚାଷୀମାନେ ଦାବି କରିଛନ୍ତି। ଆନ୍ଦୋଳନ କରୁଥିବା ଚାଷୀ ସଙ୍ଗଠନ ଜମି ଅଧିଗ୍ରହଣ ପ୍ରଭାବିତ କିଷାନଙ୍କୁ ୧୦ ପ୍ରତିଶତ ପ୍ଲଟ ଦେବାକୁ ଦାବି ହୋଇଛି। ଅନ୍ୟପଟେ ଚାଷୀଙ୍କୁ ଅଟକାଇବାକୁ ଦିଲ୍ଲୀ-ନୋଏଡା ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପୋଲିସ ପକ୍ଷରୁ ୪ ହଜାରରୁ ଅଧିକ ପୋଲିସ ମୁତୟନ ହୋଇଛନ୍ତି। ଦିଲ୍ଲୀରୁ ନୋଏଡା ଯିବା ଲୋକଙ୍କ ପାଇଁ ଅନ୍ୟ ରୁଟ କରାଯାଇଛି। କିଛି କିଛି ସ୍ଥାନରେ ବ୍ୟାରିକେଡ ମଧ୍ୟ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now