ବିହାରରେ ବନ୍ୟା। ଫଳରେ ୭ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭାଗଲପୁର, କଟିହାର, ଖଗରିଆ, ପାଟଣା ଓ ମୁଙ୍ଗେର ଜିଲ୍ଲା ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି। ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଭାଗଲପୁର ଜିଲ୍ଲାର ୮ରୁ ଅଧିକ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରକୋପ ଯୋଗୁଁ ନୌଗାଚିଆ, କହଲଗାଁ, ସୁଲତାନଗଞ୍ଜ, ଇସ୍ମାଇଲପୁର, ଗୋପାଳପୁର, ରଙ୍ଗରା ଓ ନାରାୟଣପୁର ଅଧିକ ପ୍ରଭାବିତ ହୋଇଛି। ବିସ୍ଥାପିତ ଲୋକମାନେ ରିଲିଫ୍ କ୍ୟାମ୍ପ ଓ ଅନ୍ୟାନ୍ୟ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। ବନ୍ୟା ପୀଡ଼ିତଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୁହିକ ରୋଷେଇ କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ପାଟଣା ଜିଲ୍ଲାରେ ନଦୀକୂଳ ଓ ତଳିଆ ଅଞ୍ଚଳରେ ଥିବା ୭୬ଟି ସ୍କୁଲକୁ ବନ୍ଦ କରି ଦିଆଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now