ଆଜି ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନ ଉପେର ଶୁଣାଣି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ। ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ନିକଟରେ ଇଡି ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ କେଜ୍ରିଓ୍ୱାଲଙ୍କ ସଂପୃକ୍ତି ନେଇ ହ୍ବାଟସଆପ ଚାଟ୍ ସମେତ ଅନ୍ୟାନ୍ୟ ପ୍ରମାଣ ଦାଖଲ କରିଛି । ସେହିପରି ୧୦୦ କୋଟି ଟଙ୍କାର ଲାଞ୍ଚ ନେଇଥିବା ଇଡି ପକ୍ଷରୁ କୋର୍ଟକୁ କୁହାଯାଇଛି । ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ମେ ୧୭ରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହି ମାମଲାରେ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇଛନ୍ତି । ବଡକଥା ହେଉଛି ଜାମିନ ମିଳିଲେ ବି କେଜ୍ରିୱାଲ ଜେଲରୁ ମୁକୁଳିବା ମୁସକିଲ୍ । କାରଣ ତାଙ୍କୁ ଏହି ମାମଲାରେ ନିକଟରେ ସିବିଆଇ ମଧ୍ୟ ଗିରଫ କରିଛି । ଏହି ବହୁ ଚର୍ଚ୍ଚିତ ମାମଲାରେ ଦୁଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଏବଂ ଇଡି ତଦନ୍ତ କରୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *