କୋଟାରେ ଛାତ୍ର ମୃତ୍ୟୁ, ତଦନ୍ତକୁ ମନା କଲେ ଅଭିଭାବକ

Death in Kota


ରାଜସ୍ଥାନର କୋଟାରେ ପୁଣି ଜଣେ ୧୮ ବର୍ଷୀୟ କୋଚିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଆଇଆଇଟି ଆଶାୟୀ ଛାତ୍ର କୁଶାଗ୍ର ରସ୍ତୋଗୀ ମାତ୍ର ଚାରି ମାସ ତଳେ କୋଟା ଆସିଥିବା ବେଳେ ସେ ହଷ୍ଟେଲ୍‌ରେ ତାଙ୍କ ମାଆଙ୍କ ସହିତ ରହୁଥିଲେ । ବେହୋସ ଅବସ୍ଥାରେ ତାଙ୍କୁ ହଷ୍ଟେଲ କୋଠରୀର ଗାଧୁଆଘରୁ ଉଦ୍ଧାର କରାଯାଇଥିବା ବେଳେ ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିଲା ।
ହଷ୍ଟେଲର କେୟାର ଟେକରଙ୍କ ଠାରୁ ଖବର ପାଇ ପୁଲିସର ଏକ ଟିମ୍ ହଷ୍ଟେଲ ରୁମରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଥିଲେ ମଧ୍ୟ ନାବାଳକଙ୍କ ଅଭିଭାବକଙ୍କ ଅନୁରୋଧକ୍ରମେ ଏତଲା ରୁଜୁ କରିନଥିଲେ । ମାତାପିତା ମଧ୍ୟ ଶବ ବ୍ୟବଚ୍ଛେଦ କରିବାକୁ ମନା କରିବା ପରେ ଶବକୁ ଅନ୍ତିମ ସଂସ୍କାର ପାଇଁ ହସ୍ତାନ୍ତର କରାଯାଇଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *