ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ : ୩ ଯାତ୍ରୀ ମୃତ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ଘଟିଛି। ଫଳରେ ଗୌରୀକୁଣ୍ଡ ନିକଟରେ ଚାରଧାମ ଯାତ୍ରାରେ ବାହାରିଥିବା ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ରବିବାର ସକାଳ ସାଢ଼େ ୭ଟାରେ ଏହି ଘଟଣା ଘଟିଛି। ଚାରଧାମ ଯାତ୍ରାରେ ଅନେକ ଯାତ୍ରୀ ବାହାରିଥିବାବେଳେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି। ରବିବାର ସକାଳେ ଯାତ୍ରୀମାନେ ଗୌରୀକୁଣ୍ଡ-କେଦାରନାଥ ପାଦଚଲା ରାସ୍ତାରେ ଯାଉଥିବାବେଳେ ଭୁସ୍ଖଳନ ଘଟିଥିଲା। ପାହାଡ଼ରୁ ମାଟି ଅତଡ଼ା ଧସି ଆସି ଯାତ୍ରୀଙ୍କ ଉପରେ ପଡ଼ିଥିଲା। ଫଳରେ ୩ ତୀର୍ଥଯାତ୍ରୀ ପ୍ରାଣ ହରାଇଥିଲେ। ଖବରପାଇ ଏନଡିଆରଏଫ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଥିବା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *