ଧୋକାରେ ୯ ମହିଳାଙ୍କୁ ମ୍ୟାରେଜ୍- ବନ୍ଧା ହେଲା ନଟଓ୍ୱରଲାଲ

ମାଟ୍ରିମୋନିଆଲ ସାଇଟରେ ମହିଳାଙ୍କୁ କରୁଥିଲା ଟାର୍ଗେଟ। ଯିଏ ଫସୁଥିଲା, ତାକୁ ମିଛରେ ବିବାହ କରୁଥିଲା। ଏମିତି ଏକ ଧୃତ୍ତକୁ ଗିରଫ କରିଛି ସୋନଭଦ୍ର ପୁଲିସ। ନାଁ ରାଜନ ସିଂ ଗେହଲଟ। ୟୁପି ସୋନଭଦ୍ର ପୁଲିସ ରାଜନକୁ ଗିରଫ ପରେ ତାହାର କାରନାମା ଶୁଣି ମୁଣ୍ଡରେ ହାତ ଦେଇଦେଇଛି। ନିଜକୁ ସରକାରୀ ଅଫିସର ପରିଚୟ ଦେଇ ଟାର୍ଗେଟ କରୁଥିଲା ମହିଳା ଶିକ୍ଷୟତ୍ରୀଙ୍କୁ। ଆଉ ବିବାହ କରିବା ପରେ ପତ୍ନୀଙ୍କ ନାଁରେ ବଡ଼ ଧରଣର ବ୍ୟାଙ୍କ ଲୋନ୍ କରି ଫେରାର୍ ହୋଇଯାଉଥିଲା। ଏମିତି କରି ପ୍ରାୟ ୯ ଜଣ ମହିଳାଙ୍କୁ ଧୋକା ଦେଇଥିବା ଏହି ନଟଓ୍ୱର ଲାଲ୍ ଶେଷରେ ପୁଲିସ ହାତରେ ଧରାପଡ଼ିଛି। ରାଜନକୁ ଖୋଜିବାକୁ ଜଣେ ମହିଳା ସୋନଭଦ୍ର ଥାନାରେ ପହଞ୍ଚି ଅସଲ କଥା ଜାଣିବା ପରେ ମକଦ୍ଦମା ରୁଜୁ କରିଛନ୍ତି। ଜଣେ ଶିକ୍ଷୟତ୍ରୀଙ୍କ ସମେତ ୩ ମହିଳା ଆଗ ନିଜକୁ ରାଜନର ପତ୍ନୀ ବୋଲି ଦାବି କରିଥିଲେ। ହେଲେ ଏହା ପରେ ସଂଖ୍ୟା ଲମ୍ୱିଥିଲା ୯ କୁ। ରାଜନ ବେଶ୍ ଚତୁରତାର ସହ ନିଜ ନାଁ ବଦଳାଇ ଅଲଗା ଅଲଗା ଜାଗାରେ ବିବାହ କରି ଏମିତି ଧୋକାର ଖେଳ ଖେଳିଆସୁଥିଲା। ଆଗ ବିଶ୍ୱାସ ଜନ୍ମାଇ ମନ୍ଦିରରେ ବିବାହ କରୁଥିଲା ରାଜନ। ପିଲାଙ୍କ ପାଠପଢ଼ା ଓ ବାହାରେ ଜମି କିଣିବା ନାଁରେ ସଂପୃକ୍ତ ଶିକ୍ଷୟତ୍ରୀଙ୍କ ନାଁରେ ବ୍ୟାଙ୍କ ଋଣ ୪୧ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ତାଙ୍କର ବଦଳି ଲଳିତପୁରକୁ ହୋଇଛି କହି ପଳାଇଥିଲା। ଆଉ ଘରକୁ ଯିବାଆସିବା ବନ୍ଦ କରିଦେବାରୁ ଶିକ୍ଷୟତ୍ରୀ ପତ୍ନୀଙ୍କ ସନ୍ଦେହ ଉପୁଜିଥିଲା। ନିଜକୁ ଅବକାରୀ ଅଧିକାରୀ କହି ୯ ମହିଳାଙ୍କୁ ପତ୍ନୀ ସଜାଇଥିଲା। ଏ ପର୍ଯ୍ୟନ୍ତ ଦୁଇ ମହିଳା ମିଡିଆ ସାମ୍ନାକୁ ଆସିଛନ୍ତି। ଏମାନଙ୍କର ଛୋଟ ଛୋଟ ପିଲା ବି ଅଛନ୍ତି। ଅନ୍ୟମାନେ ଲୋକଲଜ୍ଜାରେ ପଦାକୁ ଆସୁନାହାନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *