ଜୁଏଲାରୀ ଦୋକାନରେ ଅଳଙ୍କାର ଲୁଟ୍- ଏନକାଉଣ୍ଟରରେ ମଙ୍ଗେଶଙ୍କୁ ମାରିଲା ପୁଲିସ

ଜୁଏଲାରୀ ଦୋକାନ ଲୁଟ୍‌ରେ ସଂପୃକ୍ତ ଅଭିଯୁକ୍ତ ମଙ୍ଗେଶ ଯାଦବଙ୍କୁ ପୁଲିସ ଏନକାଉଣ୍ଟରରେ ମାରିଲା। ଅଗଷ୍ଟ ୨୮ରେ ୟୁପିର ସୁଲତାନପୁରରେ ଠଠେରୀ ବଜାରରେ ଥିବା ଗହଣା ଦୋକାନରେ ଲୁଟପାଟରେ ସାମିଲ୍ ଥିଲା ମଙ୍ଗେଶ। ଜୋନପୁରର ମଙ୍ଗେଶ ସହ ପୁଲିସର ଏନକାଉଣ୍ଟର ହୋଇଥିଲା। ପୁଲିସ ଗୁଳିରେ ମଙ୍ଗେଶର ମୃତ୍ୟୁ ହୋଇଛି। ମଙ୍ଗେଶଠୁ ଏକ ପିସ୍ତଲ, ଅଫୁଟା ଗୁଳି, ଏକ ବାଇକ୍ ଓ ଲୁଟ୍ ହୋଇଥିବା ଅଳଙ୍କାର ଜବତ କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ସଚିନ ସିଂ ଓ ପୁଷ୍ପେନ୍ଦ୍ର ସିଂଙ୍କ ଗୋଡ଼ରେ ଗୁଳି ବାଜିଛି। ତିନି ଅଭିଯୁକ୍ତ ସଚିନ, ପୁଷ୍ପେନ୍ଦ୍ର ଓ ବିନୟ ଶୁକ୍ଳାଙ୍କୁ ଗିରଫ କରିଛି ପୁଲିସ। ସୁଲତାନପୁରର ଭରତ ଜୁଏଲାରୀ ଦୋକାନର ସୋରୁମରେ ପଶି ଦେଢ଼ କୋଟି ଟଙ୍କାର ଗହଣା ଲୁଟିଥିଲେ ଏମାନେ। ଡକାୟତଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଥିଲା। ମାତ୍ର ୪ ମିନିଟ୍ ଭିତରେ ସୋରୁମରୁ ଦେଢ଼ କୋଟିଟଙ୍କାର ଅଳଙ୍କାର ଲୁଟି ନେଇଥିଲେ ଡକାୟତ। ମଙ୍ଗେଶଙ୍କ ଏନକାଉଣ୍ଟରକୁ ଫେକ୍ ଏନକାଉଣ୍ଟର ବୋଲି କହିଛନ୍ତି ସପା ସୁପ୍ରିମୋ ଅଖିଳେଶ ଯାଦବ। ଏନକାଉଣ୍ଟରରେ ବି ଜାତିବାଦର ଗନ୍ଧ ଦେଖିବାକୁ ମିଳିଛି ବୋଲି ଆରୋପ ଲଦିଛନ୍ତି। ଅନ୍ୟ ଅଭିଯୁକ୍ତ ଠାକୁର ସମ୍ପ୍ରଦାୟର ହୋଇଥିଲା ବେଳେ ପୁଲିସ ସେମାନଙ୍କୁ ଗିରଫ କଲା। କିନ୍ତୁ ମଙ୍ଗେଶ ଦଳିତ ସମ୍ପ୍ରଦାୟର ବୋଲି ମାରିଦେଲା ପୁଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଗ୍ୟାଙ୍ଗ ଲିଡର ବିପିନ ସିଂ ଅଗଷ୍ଟ ୨୯ରେ ଆତ୍ମସମର୍ପଣ କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *