ଏମପକ୍ସ ସଂକ୍ରମଣ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସତର୍କତାମୂଳକ ପଦକ୍ଷେପ

ବ୍ୟାପୁଛି ମଙ୍କିପକ୍ସ ଭୂତାଣୁ ସଂକ୍ରମଣ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଲାଗି ସ୍ବତନ୍ତ୍ର ୱାର୍ଡ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ଏମପକ୍ସ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଦିଲ୍ଲୀର ତିନିଟି ଡାକ୍ତରଖାନାକୁ ନୋଡାଲ ହସ୍ପିଟାଲ ଭାବେ ଚିହ୍ନଟ କରାଯାଇଛି। ଏହି ଡାକ୍ତରଖାନା ଗୁଡିକ ହେଲା ସଫଦରଜଙ୍ଗ, ଲେଡି ହାର୍ଡିଙ୍ଗ ମେଡିକାଲ କଲେଜ ଓ ରାମ ମନୋହର ଲୋହିଆ ହସ୍ପିଟାଲ। ସେହିପରି ବିମାନବନ୍ଦରଗୁଡିକରେ ସନ୍ଦିଗ୍ଧଙ୍କ ଆରଟି-ପିସିଆର ଓ ସ୍ବାବ ନମୁନା ପରୀକ୍ଷା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି। ଏହା ସହିତ ବିମାନବନ୍ଦରଗୁଡିକୁ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଆଫ୍ରିକୀୟ ରାଷ୍ଟ୍ରଗୁଡିକରେ ଏମପକ୍ସ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। କଙ୍ଗୋରେ ୧୫,୬୦୦ ସଂକ୍ରମିତ ହୋଇଥିବାବେଳେ ୫୩୭ଜଣ ପ୍ରାଣ ହରାଇଲେଣି। ଏହା କରୋନା ଭୂତାଣୁ ଭଳି ଦ୍ବିତୀୟ ମହାମାରୀର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ବିକ ସ୍ବାସ୍ଥ୍ୟ ଜରୁରୀ ପରିସ୍ଥିତି ବୋଲି ଘୋଷଣା କରିଛି। ଭାରତରେ ଏବେ ସୁଦ୍ଧା କୌଣସି ଏମପକ୍ସ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ ପାକିସ୍ତାନରେ ତିନିଜଣ ଏମପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯେଉଁମାନେ କି ୟୁଏଇରୁ ଫେରନ୍ତା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *