ମେ ୧୫ ତାରିଖ ଯାଏଁ ବିମାନ ବନ୍ଦର ବନ୍ଦ

ମେ ୧୫ ତାରିଖ ସକାଳ ସାଢେ ୫ଟା ଯାଏଁ ଦେଶର ୨୪ଟି ବିମାନବନ୍ଦର ବନ୍ଦ ରହିବ । ଭାରତ- ପାକ୍ ଉତ୍ତେଜନା ଭିତରେ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏନେଇ ଏୟାର ଇଣ୍ଡିଆ ମଧ୍ୟ ସୋସିଆଲ ମିଡିଆ Xରେ ପୋଷ୍ଟ କରିଛି । ଜାମ୍ମୁକାଶ୍ମୀର, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ରାଜକୋଟରୁ ଏୟାର ଇଣ୍ଡିଆ ମଧ୍ୟ ନିଜର ସବୁ ବିମାନ ଚଳାଚଳକୁ ବନ୍ଦ କରିଛି। ଏନେଇ ଅପଡେଟ୍ ପାଇଁ ମଧ୍ୟ ବିଭାଗ ଯାତ୍ରୀଙ୍କୁ ଅନୁରୋଧ କରିଛି । ଦେଶରେ ମୋଟ ୪୮୭ ଏୟାରପୋର୍ଟ ରହିଛି । ଏଥିରୁ ୧୩୭ଟି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦ୍ବାରା ପରିଚାଳିତ ହେଉଛି । ଏଥିରେ ରହିଛି ୩୪ଟି ଅନ୍ତର୍ଜାତୀୟ ଏୟାରପୋର୍ଟ, ୧୦ଟି କଷ୍ଟମ ଏୟାରପୋର୍ଟ ଓ ୧୦୩ ଡୋମେଷ୍ଟିକ୍ ଏୟାରପୋର୍ଟ ରହିଛି । ତେବେ ଖୁବଶୀଘ୍ର ସ୍ଥିତି ସୁଧାର ହେବ ବୋଲି ଆଶା କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *