ରେଳ କର୍ମଚାରୀଙ୍କୁ ପାର୍ବଣ ଭେଟି: ମିଳିବ ୭୮ ଦିନର ବୋନସ୍

ରେଳ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପାର୍ବଣ ଭେଟି । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ବୋନସ ପ୍ରଦାନକୁ ମଞ୍ଜୁରୀ ମିଳିଛି। ଏଥର ରେଳ କର୍ମଚାରୀଙ୍କୁ ମିଳିବ ୭୮ ଦିନର ବୋନସ୍। ଏଥିରେ ୧୧.୭୨ ଲକ୍ଷରୁ ଅଧିକ ରେଳ କର୍ମଚାରୀଙ୍କ ଉପକୃତ ହେବେ । ଏହାର ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି ୧୧ ଲକ୍ଷ ୭୨ ହଜାର ୨୪୦ ରେଲୱେ କର୍ମଚାରୀ ଉପକୃତ ହେବେ। ସେମାନଙ୍କୁ ମୋଟ ୨ ହଜାର ୨୯ କୋଟି ଟଙ୍କା ବୋନସ୍ ଆକରେ ପ୍ରଦାନ କରାଯିବ । କେନ୍ଦ୍ର କ୍ୟାବିନେଟ ବୋନସ ଆକାରରେ ଦେବାକୁ ଥିବା ୨୦୨୯ କୋଟି ଟଙ୍କା ଟ୍ରାକ ମେଣ୍ଟେନାନ୍ସ, ଲୋକୋ ପାଇଲଟ, ଟ୍ରେନ ମ୍ୟାନେଜର (ଗାର୍ଡ), ଷ୍ଟେସନ ମାଷ୍ଟର, ସୁପର ଭାଇଜର, ଟେକ୍ନିସିଆନ, ହେଲପର, ପଏଣ୍ଟ ମ୍ୟାନ, ମନିଷ୍ଟରିଆଲ ଷ୍ଟାପ ଓ ଅନ୍ୟ ଗ୍ରୁପ ଏକ୍ସସି କର୍ମଚାରୀଙ୍କୁ ମିଳିବ। ଦୁର୍ଗା ପୂଜା ଓ ଦଶହା  ପୂର୍ବରୁ ପ୍ରତିବର୍ଷ ରେଳ କର୍ମଚାରୀଙ୍କୁ ପିଏଲବି ପ୍ରଦାନ କରାଯାଏ। ଏହି ବର୍ଷ ମଧ୍ୟ ପ୍ରାୟ ୧୧.୭୨ ଲକ୍ଷ ଅଣ-ଗେଜେଟେଡ୍ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ସହିତ ପିଏଲବି ରାଶି ପ୍ରଦାନ କରାଯାଉଛି। ୨୦୨୩-୨୪ ଆର୍ଥିକ ବର୍ଷରେ ରେଳବାଇର ପ୍ରଦର୍ଶନ ଅତ୍ୟନ୍ତ ଉତ୍ସାହଜନକ ରହିଛି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *