ଦୁଇ ଦିନିଆ ଋଷ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Spread the love

ଦୁଇ ଦିନିଆ ଋଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଅପରାହ୍ନରେ ମୋଦି ମସ୍କୋରେ ପହଞ୍ଚିବାର ସୂଚନା ରହିଛି । ପରେ ରାଷ୍ଟ୍ରପତି  ପୁଟିନଙ୍କ ସହ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ୟୁକ୍ରେନ ଉପରେ ଋଷ ର ଆକ୍ରମଣ କରିବା ପରଠାରୁ ଏହା ମୋଦିଙ୍କ ପ୍ରଥମ ଋଷ ଗସ୍ତ ହେବ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ସହ ପାରସ୍ପରିକ ସ୍ୱାର୍ଥ ଉପରେ ଆଲୋଚନା କରିବେ । ପ୍ରାୟ ୩ବର୍ଷର ବ୍ୟବଧାନ ପରେ ମୋଦିଙ୍କ ଏହି ଗସ୍ତ ଏବଂ ପୁଟିନଙ୍କ ସହ ଆଲୋଚନା ବେଶ ଗୁରୁତ୍ୱପୂର୍ଣ୍ଣ ହେବ। ଏଥିସହ ପୁଟିନଙ୍କ ନିମନ୍ତ୍ରଣ କ୍ରମେ ମୋଦି ୨୨ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେବେ। ଶେଷ ଥର ପାଇଁ ୨୦୨୧ରେ  ନୂଆଦିଲ୍ଲୀରେ ଏହି ସମ୍ମିଳନୀ ହୋଇଥିଲା ।  

Leave a Reply

Your email address will not be published. Required fields are marked *