ମହିଳା ସରପଞ୍ଚଙ୍କୁ ଅସମ୍ମାନ…ଦଳିତ ବୋଲି ଦେଲେନି ଚୌକି!

ମଧ୍ୟପ୍ରଦେଶର ସତନାରେ ଅଭାବନୀୟ ଘଟଣା। ଜଣେ ଦଳିତ ମହିଳା ସରପଞ୍ଚଙ୍କୁ ଗ୍ରାମସଭା ବୈଠକରେ ବସିବାକୁ ଦେଲେନି ଚୌକି। ଚୌକି ମାଗିବାରୁ ଘରୁ ଆଣିକି ଆସ। ନଚେତ୍ ତଳେ ବସିପଡ଼ ବୋଲି କହିଥିଲେ ନାଏବ ସରପଞ୍ଚ ଓ ସମ୍ପାଦକ। ଏଭଳି ଗମ୍ଭୀର ଆରୋପ ଆଣିଛନ୍ତି ମହିଳା ସରପଞ୍ଚ। ଏହା ପୂର୍ବରୁ ଦଳିତ ଜାତିର ହୋଇଥିବାରୁ ସ୍ୱାଧୀନତା ଦିବସରେ ବି ପତାକା ଉତ୍ତୋଳନ କରିବାକୁ ବାରଣ କରାଯାଇଥିଲା।  ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିବା ଆଗରୁ ପତାକା ଉତ୍ତୋଳନ କରିଦେଇଥିଲେ ନାଏବ ସରପଞ୍ଚ ଧର୍ମେନ୍ଦ୍ର ସିଂ। ଯେଉଁ ଚୌକି ସରପଞ୍ଚଙ୍କ ଲାଗି ଉଦ୍ଦିଷ୍ଟ ଥିଲା, ସେ ଚୌକି ଉପରେ ଗୋଡ଼ ଥୋଇଥିଲେ ପଞ୍ଚାୟତ ସମ୍ପାଦକ ବିଜୟ ପ୍ରତାପ ସିଂ। ସରପଞ୍ଚ ଶ୍ରଦ୍ଧା ସିଂ ଏ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଚିଠି ଲେଖି ଅଭିଯୋଗ ଆଣିଛନ୍ତି। ଶ୍ରଦ୍ଧା ଜୁଲାଇ ୨୦୨୨ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଗାଁରେ ଥିବା ୧୬ଶହ ଭୋଟରରୁ ୫୦ ପ୍ରତିଶତ ଠାକୁର ସମାଜର। ଆଉ ବାକି ଦଳିତ, ଆଦିବାସୀ ଓ ପଛୁଆ ବର୍ଗର। ୫୮ ଭୋଟ ବ୍ୟବଧାନରେ ଶ୍ରଦ୍ଧା ସରପଞ୍ଚ ଭାବେ ଜିତିବା ପରେ ବୋବାଲ୍ ହୋଇଥିଲା। ଠାକୁର ବହୁଳ ଗାଁରେ ପ୍ରଥମ କରି ଜଣେ ଦଳିତ ମହିଳା ଭାବେ ଶ୍ରଦ୍ଧା ସରପଞ୍ଚ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *