ମୁମ୍ବାଇରେ ପ୍ରବଳ ବର୍ଷା। ଫଳରେ ଲୋକମାନେ ରାସ୍ତାରେ ଫସି ରହିଥିବା ଦେଖିବାକୁ ମିଳିଛି। ସଡ଼କପଥରେ ଯାନବାହନ, ଟ୍ରେନ୍ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଖରାପ ପାଗ ଯୋଗୁଁ ମୁମ୍ବାଇ ବିମାନବନ୍ଦରରେ ଦୁଇଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଥିଲା ଏବଂ ଅବତରଣ ପୂର୍ବରୁ ୭ଟି ବିମାନକୁ ଆକାଶରେ ବୁଲିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଥାନେରେ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇ ଏବଂ ଏହାର ଉପାନ୍ତ ଅଞ୍ଚଳରେ ପ୍ରବଳ ବର୍ଷାର ରେଡ୍ ଆଲର୍ଟ ମଧ୍ୟରେ ଗୁରୁବାର ସ୍କୁଲ ଓ କଲେଜ ବନ୍ଦ ରହିବ। ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ସ୍କୁଲ ଶିକ୍ଷା ମନ୍ତ୍ରୀ ଦୀପକ କେସରକର ଛୁଟି ଘୋଷଣା କରିଛନ୍ତି। ଗୁରୁବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆଇଏମଡି ‘ରେଡ୍ ଆଲର୍ଟ’ ଜାରି କରିଛି, ଯେଉଁଥିପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଛୁଟି ଘୋଷଣା କରାଯାଇଛି ବୋଲି ବ୍ରିହନମୁମ୍ବାଇ ମହାନଗର ନିଗମ (ବିଏମ୍ସି)ର ଜଣେ ଅଧିକାରୀ କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now