୧୦ଦିନ ହୋଇଗଲା। ୨୪୦ ଘଣ୍ଟା ବିତିଗଲାଣି। କିନ୍ତୁ ସିବିଆଇ ତଦନ୍ତରେ କୌଣସି ଅଗ୍ରଗତି ନାହିଁ। ବହୁ ଚର୍ଚ୍ଚିତ ଆରଜି କର ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସିବିଆଇକୁ ଆକ୍ଷେପ କରି ଏଭଳି କହିଛି ଟିଏମସି। କୋଲକାତା ପୁଲିସ ୧୨ ଘଣ୍ଟା ଭିତରେ ଅଭିଯୁକ୍ତକୁ ଗିରଫ କରିଥିଲା। କିନ୍ତୁ ବିଜେପି ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ଷଡ଼ଯନ୍ତ୍ର ରଚିଲା। ସମୟ ନେଇ ପଶ୍ଚିମବଙ୍ଗ ସରକାରକୁ ବଦନାମ କରିବାକୁ ଚକ୍ରାନ୍ତ କରିଥିଲା। ସିବିଆଇ ପାରିବ, କୋଲକାତା ପୁଲିସ ପାରୁନି କହି ଅପବାଦ ଲଦିବାକୁ ଚେଷ୍ଟା କରିଛି। ବଙ୍ଗ ବିରୁଦ୍ଧରେ ଲଜ୍ଜାଜନକ କ୍ୟାମ୍ପେନ୍ କରିଥିଲା ବିଜେପି। ହେଲେ ପୀଡ଼ିତାଙ୍କୁ ନ୍ୟାୟ ଦେବା ସକାଶେ ଅଣ୍ଟା ଭିଡ଼ିଥିବା ସିବିଆଇର ଶୀଥିଳତା କାହିଁକି ବୋଲି ପଚାରିଛି ଟିଏମସି।
Naxatra News is now on Whatsapp
Join and get latest news update delivered to you via whatsapp
Join Now