ଆଜି ପବିତ୍ର ପର୍ବ ଇଦ୍-ଉଲ-ଆଦା

Spread the love

ଆଜି ପବିତ୍ର ପର୍ବ ଇଦ୍-ଉଲ-ଆଦା ବା ବକ୍ରିଇଦ୍‌ । ସାରା ବିଶ୍ୱରେ ଆଜି ଇସଲାମ୍ ଧର୍ମାବଲମ୍ବୀଙ୍କ ଏହି ପର୍ବ ପାଳନ ହେଉଛି। ଏହି ଅବସରରେ ମସ୍‌ଜିଦ୍ ଗୁଡ଼ିକରେ ସମୂହ ନମାଜପାଠ କରାଯାଇଛି । ଏହାସହ ପରସ୍ପରକୁ ଆଲିଙ୍ଗନ କରି ବକ୍ରିଇଦ୍‌ ଶୁଭେଚ୍ଛା ଆଦାନ ପ୍ରଦାନ କରିଛନ୍ତି । ଇସଲାମ ଧର୍ମାବଲମ୍ବୀ ମୁଖ୍ୟ ପର୍ବ ଇଦ ଉଲ୍ ଫିତରର ୭୦ ଦିନ ପରେ ଏହି ପର୍ବ ପାଳନ କରାଯାଇଥାଏ । ଆଲ୍ଲାଙ୍କ ପ୍ରତି ପ୍ରଫେଟ୍ ଇବ୍ରାହିମ୍‌ଙ୍କ ଆନୁଗତ୍ୟ ସ୍ମୃତିରେ ଏହି ପର୍ବ ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *